ମିଥ୍ୟା ଖବରକୁ ରୋକିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ:  ମିଥ୍ୟା ଖବର ପ୍ରଚାର ଅଭିଯୋଗ ହେବା ପରେ ଫେସ୍‌ବୁକ୍‌ ପକ୍ଷରୁ ମିଥ୍ୟା ଖବର ପୋଷ୍ଟିଂ ଉପରେ ଅଙ୍କୁଶ ଲଗାଇବାକୁ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ଯେଉଁମାନଙ୍କ ଆକାଉଣ୍ଟ ଜରିଆରେ ମିଥ୍ୟା ଖବର ପ୍ରଚାର କରାଯାଉଛି ସେଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଫେସ୍‌ବୁକ୍‌ ନିଷ୍ପତି ନେଇଛି। ସେଭଳି ଆଉ କେତେକ ଦେଶରେ ଫେସବୁକ୍‌ ତୃତୀୟ ପକ୍ଷର ସହାୟତା ନେଇ ବ୍ୟବହାରକାରୀମାନେ ପୋଷ୍ଟ କରୁଥିବା ଲେଖାଗୁଡିକ ଯାଞ୍ଚ କରିବ। ସେହି ଲେଖାଗୁଡିକର ସତ୍ୟାସତ୍ୟ କେତେ ତାହା ଯାଞ୍ଚ […]

facebook-explore-feed-hero

facebook-explore-feed-hero

Rakesh Mallick
  • Published: Friday, 25 May 2018
  • Updated: 25 May 2018, 02:49 PM IST

Sports

Latest News

ନୂଆଦିଲ୍ଲୀ:  ମିଥ୍ୟା ଖବର ପ୍ରଚାର ଅଭିଯୋଗ ହେବା ପରେ ଫେସ୍‌ବୁକ୍‌ ପକ୍ଷରୁ ମିଥ୍ୟା ଖବର ପୋଷ୍ଟିଂ ଉପରେ ଅଙ୍କୁଶ ଲଗାଇବାକୁ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ଯେଉଁମାନଙ୍କ ଆକାଉଣ୍ଟ ଜରିଆରେ ମିଥ୍ୟା ଖବର ପ୍ରଚାର କରାଯାଉଛି ସେଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଫେସ୍‌ବୁକ୍‌ ନିଷ୍ପତି ନେଇଛି। ସେଭଳି ଆଉ କେତେକ ଦେଶରେ ଫେସବୁକ୍‌ ତୃତୀୟ ପକ୍ଷର ସହାୟତା ନେଇ ବ୍ୟବହାରକାରୀମାନେ ପୋଷ୍ଟ କରୁଥିବା ଲେଖାଗୁଡିକ ଯାଞ୍ଚ କରିବ। ସେହି ଲେଖାଗୁଡିକର ସତ୍ୟାସତ୍ୟ କେତେ ତାହା ଯାଞ୍ଚ କରିବା ପରେ ରେଟିଂ ଦିଆଯିବ।

ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଫେସ୍‌ବୁକ୍‌କୁ ଅନେକ ରାଷ୍ଟ୍ରରେ ବ୍ୟବହାର କରାଯାଇଛି। ଏହାକୁ ନେଇ ଫେସ୍‌ବୁକ୍‌ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛି। ଏହା ବ୍ୟତୀତ ଘୃଣା ବାର୍ତ୍ତାକୁ ମଧ୍ୟ ଫେସ୍‌ବୁକ୍‌ ଜରିଆରେ ପ୍ରଚାର କରାଯାଉଥିବାରୁ ଏଭଳି କାର୍ଯ୍ୟରେ ଅଙ୍କୁଶ ଲାଗିବ।

ଫେସ୍‌ବୁକ୍‌ର ପ୍ରଡକ୍ଟ ମ୍ୟାନେଜର(ନିଉଜ ଫିଡ୍‌) ଟିସା ଲାୟନ୍ସ କହିଛନ୍ତି ଯେ, ମିଥ୍ୟା ଖବର ଲୋକଙ୍କ ପାଇଁ ଖରାପ ଓ ଫେସ୍‌ବୁକ୍‌ ପାଇଁ ମଧ୍ୟ ଖରାପ। ‘ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଆମେ ବିପୁଳ ପରିମାଣରେ ନିବେଶ କରିଛୁ। ଆମେ ଉଚ୍ଚ ସ୍ତରରେ ସାମ୍ୱାଦିକତା ଓ ଖବର ସାକ୍ଷାରତାର ପ୍ରଚାର ଦିଗରେ କାମ କରୁଛୁ।’

ନିକଟରେ ୟୁରୋପୀୟ ସଂସଦରେ ଫେସ୍‌ବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗ କହିଥିଲେ ଆମ ସେବାରେ ଥିବା ତ୍ରୁଟି ସୁଧାରିବାକୁ ଆମେ ଚେଷ୍ଟା କରୁଛୁ। ମିଥ୍ୟା ଖବର ଓ ରାଜନୈତିକ ହସ୍ତକ୍ଷେପକୁ ରୋକିବା ଦିଗରେ କାମ ହେଉଛି।

ମିଥ୍ୟା ଖବରଗୁଡ଼ିକର ସନ୍ଧାନ କରିବା ପାଇଁ ଫେସ୍‌ବୁକ୍‌ ପକ୍ଷରୁ ମେସିନ୍‌ ଲଣ୍ଣିଂ ପ୍ରଯୁକ୍ତି ବ୍ୟବହାର କରାଯିବ। ପ୍ରତିଦିନ ନିୟୁତାଧିକ ନକଲି ଆକାଉଣ୍ଟ ଖୋଲିବାକୁ ପ୍ରୟାସ କରାଯାଉଛି ଯାହାକୁ ଫେସ୍‌ବୁକ୍‌ ଅଟକାଇ ଦେଉଛି। ମିଥ୍ୟା ଖବରଗୁଡିକ ଯେପରି ଅଧିକ ଲୋକଙ୍କ ପାଖରେ ନ ପହଞ୍ଚେ ସେଥିପାଇଁ ଫେସ୍‌ବୁକ୍‌ ଉଦ୍ୟମ କରୁଛି। ଯେଉଁଥିରେ ପରିଚୟ ଗୋପନ ରଖି ମିଥ୍ୟା ଖବର ପ୍ରଚାର କରିବାକୁ ପ୍ରୟାସ କରାଯାଉଛି ସେଭଳି ମାମଲାରେ ଫେସ୍‌ବୁକ୍‌  ଉକ୍ତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଉଛି ଓ ସେଥିରେ ଥିବା ପୋଷ୍ଟକୁ ନଷ୍ଟ କରିଦେଉଛି। ଯେଉଁ ପେଜ୍‌ ଓ ୱେବ୍‌ସାଇଟ୍‌ ନିୟମିତ  ମିଥ୍ୟା ଖବର ପ୍ରଚାର କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ଫେସ୍‌ବୁକ୍‌ ବିଚାର କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story