ସାଂଘାତିକ କମ୍ପାନୀ: ରାଜନୈତିକ ଦଳଙ୍କ ପାଇଁ ଫେସ୍‌ବୁକ୍‌ରେ କରୁଛି ଗୁପ୍ତଚର ଗିରି

ନୂଆଦିଲ୍ଲୀ:  ଆମେରିକାରେ ଫେସ୍‌ବୁକ୍‌ ଡାଟା ଲିକ୍‌ ଖବର ପ୍ରକାଶ ପାଇବା ପରେ ଭାରତ ପାଇଁ ଚିନ୍ତା ବଢ଼ି ଯାଇଛି। କୁହାଯାଉଛି, ବ୍ରିଟେନ୍‌ କମ୍ପାନୀ କେମ୍ବ୍ରିଜ୍‌ ଏନାଲିଟିକା ଏହି ଡାଟା ଲିକ୍‌ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀର କ୍ଲାଏଣ୍ଟ୍‌ ଭିତରେ ଭାରତର ବିଜେପି, କଂଗ୍ରେସ୍‌ ଓ ଜେଡିୟୁ ଭଳି ରାଜନୈତିକ ଦଳ ଅଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଖବର ଏମିତି ଆସୁଛି, ଏନାଲିଟିକା କମ୍ପାନୀ, ବିରୋଧୀଙ୍କ ଛବି ଖରାପ କରିବା ପାଇଁ honey […]

facebook-user-in-front-of-screen.jpg.653x0_q80_crop-smart

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 01:29 PM IST

ନୂଆଦିଲ୍ଲୀ:  ଆମେରିକାରେ ଫେସ୍‌ବୁକ୍‌ ଡାଟା ଲିକ୍‌ ଖବର ପ୍ରକାଶ ପାଇବା ପରେ ଭାରତ ପାଇଁ ଚିନ୍ତା ବଢ଼ି ଯାଇଛି। କୁହାଯାଉଛି, ବ୍ରିଟେନ୍‌ କମ୍ପାନୀ କେମ୍ବ୍ରିଜ୍‌ ଏନାଲିଟିକା ଏହି ଡାଟା ଲିକ୍‌ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀର କ୍ଲାଏଣ୍ଟ୍‌ ଭିତରେ ଭାରତର ବିଜେପି, କଂଗ୍ରେସ୍‌ ଓ ଜେଡିୟୁ ଭଳି ରାଜନୈତିକ ଦଳ ଅଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଖବର ଏମିତି ଆସୁଛି, ଏନାଲିଟିକା କମ୍ପାନୀ, ବିରୋଧୀଙ୍କ ଛବି ଖରାପ କରିବା ପାଇଁ honey trap ର ଆୟୋଜନ କରିଥାଏ। ଲାଞ୍ଚ ମଧ୍ୟ ନେଇଥାଏ।

ଣ ପୂରା ମାମଲା

‘କେମ୍ରିଜ୍‌ ଆନାଲିଟିକା’ ଏକ ରାଜନୈତିକ ତଥ୍ୟ ବିଶ୍ଲେଷଣକାରୀ କମ୍ପାନୀ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗ କରିଥିବା ଏହି କମ୍ପାନୀ ବିରୋଧରେ ୫ କୋଟି ଫେସ୍‌ବୁକ୍‌ ବ୍ୟବହାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗ ହୋଇଛି। ଏହି କମ୍ପାନୀ ଅନୈତିକ ଭାବେ ୫ କୋଟି ଫେସ୍‌ବୁକ୍‌ ବ୍ୟବହାରୀଙ୍କ ଡାଟା ଚୋରି କରିଛି। ଏହି ତଥ୍ୟକୁ ବ୍ୟବହାର କରି କମ୍ପାନୀ ଡୋଲାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ତେବେ କମ୍ପାନୀ ପକ୍ଷରୁ ଏପରି ଅଭିଯୋଗ ନିରାଧାର ବୋଲି କୁହାଯାଉଛି।

ଭାରତ ପାଇଁ ଚିନ୍ତାର ବିଷୟ

‘କେମ୍ରିଜ୍‌ ଆନାଲିଟିକା’ କମ୍ପାନୀ ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ନେଇ ଯାଇଥିବା ତଥ୍ୟ ପ୍ରକାଶ ପାଇବା ପରେ ଭାରତ ପାଇଁ ଚିନ୍ତା ବଢ଼ି ଯାଇଛି। ୨୦୧୪ ମସିହାରୁ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ସୋସିଆଲ୍‌ ମିଡ଼ିଆକୁ ବ୍ୟବହାର କରାଯାଉଛି। କେମ୍ବ୍ରିଜ୍‌ ଏନାଲିଟିକା କମ୍ପାନୀ ନିଜେ ସ୍ୱୀକାର କରିଛି ଯେ, ଭାରତରେ ବିଜେପି, କଂଗ୍ରେସ୍ ଓ ଜେଡିୟୁ ଭଳି ରାଜନୈତିକ ଦଳ ତା’ର ଗ୍ରାହକ ଅଛନ୍ତି। ଖବର ଏହା ମଧ୍ୟ ଆସୁଛି, ୨୦୧୯ରେ ହେବାକୁ ଥିବା ନିର୍ବାଚନରେ ଏହି ଦଳମାନଙ୍କ ସହ କାମ କରିବାକୁ କମ୍ପାନୀ ଆଲୋଚନା କରୁଛି।

ଏବେ ଚିନ୍ତାର ବିଷୟ ହେଲା ଭାରତରେ ବି କ’ଣ ରାଜନୈତିକ ଦଳମାନେ ନିର୍ବାଚନ ପାଇଁ ଏହି କମ୍ପାନୀକୁ ବ୍ୟବହାର କରୁଛନ୍ତି। ଯଦି ଏପରି ହେଉଥିବ ତେବେ କିଛି ରାଜ୍ୟରେ ନିକଟରେ ହୋଇଥିବା ନିର୍ବାଚନରେ କମ୍ପାନୀର ତଥ୍ୟକୁ ବ୍ୟବହାର କରାଯାଇଥିବା ଓ ବିପକ୍ଷ ଦଳଙ୍କ ଗୋପନୀୟ ତଥ୍ୟ ହାସଲ କରାଯାଇଥିବା ଚର୍ଚ୍ଚା ହେଉଛି।

Related story