Advertisment

ହୁସିଆର୍ ! ନିର୍ବାଚନ ବେଳେ ୟାଡ଼ୁସ୍ୟାଡ଼ୁ ଲେଖିଲେ ଧରିବ ଫେସ୍‌ବୁକ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାରା ଭାରତରେ ଏବେ ମାଡ଼ିଯାଇଛି ନିର୍ବାଚନ ଜ୍ୱର। ଗାଁଠୁ ସହର ଯୁଆଡ଼େ ଗଲେ ସବୁଠି ଗୋଟିଏ କଥା ଶୁଣିବେ। ‘ଏବେ କିଛି କହନା, ନିର୍ବାଚନଟା ଯାଉ’। ଛକ ବଜାରରେ ଚାଲିଛି ନିର୍ବାଚନ ଚର୍ଚ୍ଚା। କିଏ କେଉଁ ଆସନରେ ପ୍ରାର୍ଥୀ ହେଲା। କ’ଣ ଉପାୟ କଲେ ବିରୋଧୀଙ୍କୁ ବଦନାମ କରିହେବ। ନେତାଏ ବି ଜୋର୍‌ଦାର୍ ପ୍ରଚାର ଆରମ୍ଭ କରିଦେଲେଣି। ଫିଲ୍ଡ ବୁଲିବା ସାଙ୍ଗକୁ ଏବେ ସୋଶାଲ୍ ମିଡିଆରେ ନିଜର ପ୍ରଚାର କରିବା ସାଙ୍ଗକୁ ବିରୋଧୀଙ୍କ […]

ହୁସିଆର୍ ! ନିର୍ବାଚନ ବେଳେ ୟାଡ଼ୁସ୍ୟାଡ଼ୁ ଲେଖିଲେ ଧରିବ ଫେସ୍‌ବୁକ

raghuram-rajan-1510146448

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାରା ଭାରତରେ ଏବେ ମାଡ଼ିଯାଇଛି ନିର୍ବାଚନ ଜ୍ୱର। ଗାଁଠୁ ସହର ଯୁଆଡ଼େ ଗଲେ ସବୁଠି ଗୋଟିଏ କଥା ଶୁଣିବେ। ‘ଏବେ କିଛି କହନା, ନିର୍ବାଚନଟା ଯାଉ’। ଛକ ବଜାରରେ ଚାଲିଛି ନିର୍ବାଚନ ଚର୍ଚ୍ଚା। କିଏ କେଉଁ ଆସନରେ ପ୍ରାର୍ଥୀ ହେଲା। କ’ଣ ଉପାୟ କଲେ ବିରୋଧୀଙ୍କୁ ବଦନାମ କରିହେବ।

Advertisment

ନେତାଏ ବି ଜୋର୍‌ଦାର୍ ପ୍ରଚାର ଆରମ୍ଭ କରିଦେଲେଣି। ଫିଲ୍ଡ ବୁଲିବା ସାଙ୍ଗକୁ ଏବେ ସୋଶାଲ୍ ମିଡିଆରେ ନିଜର ପ୍ରଚାର କରିବା ସାଙ୍ଗକୁ ବିରୋଧୀଙ୍କ ବିଷୟରେ ବଦନାମିଆ ଲେଖା ସବୁ ଛାଡ଼ିବା ବି ଗୋଟେ ମୁଖ୍ୟ କାମ ପାଲଟିଛି। ନିର୍ବାଚନ ବେଳେ ଗୁଡ଼ାଏ ଗସିପ୍‌ ପ୍ରଚାର କରିବା ପାଇଁ ସବୁଠାରୁ ଭଲ ମାଧ୍ୟମ ପାଲିଟିଛି ଏବେ ଫେସ୍‌ବୁକ୍‌ ଭଳି ସୋଶାଲ୍‌ ମିଡିଆ।

ଏଭଳି ଘଟଣା ସବୁ ଘଟିବା ପରେ ଏବେ ନିର୍ବାଚନକୁ ଦେଖି ଫେସ୍‌ବୁକ୍‌ ମଧ୍ୟ ସତର୍କ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ଗଢ଼ିଛି ଏକ ‘ଇଲେକ୍ସନ୍‌ ରେସ୍‌ପନ୍ସ ଟିମ୍’। ଫେସ୍‌ବୁକ୍‌ରେ ନିର୍ବାଚନ ସଂପର୍କିତ କୌଣସି ଆପତ୍ତିଜନକ ବା ବିବାଦୀୟ ଲେଖା ଆସିଲେ ତାକୁ ଏହି ଟିମ୍‌ ଟ୍ରାକ୍‌ କରିବ ଏବଂ ତୁରନ୍ତ ଏହାକୁ ଫେସ୍‌ବୁକ୍‌ ପ୍ଲାଟ୍‌ଫର୍ମରୁ ହଟାଇଦେବ। ଫେସ୍‌ବୁକ୍‌ର ଏହି ସ୍ୱତନ୍ତ୍ର ଟିମ୍‌ ୨୪ ଘଣ୍ଟା ତତ୍ପର ରହିବ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment

ତାଙ୍କ କହିବା ଅନୁସାରେ, ଭାରତୀୟ ନିର୍ବାଚନ ଆୟୋଗ ସହିତ ଯୋଗସୂତ୍ର ବଜାୟ ରଖି ଫେସ୍‌ବୁକ୍‌ ଏହି ସାଧାରଣ ନିର୍ବାଚନ ସମୟରେ କଣ୍ଟେଣ୍ଟ୍‌ ଉପରେ ଧ୍ୟାନ ଦେବ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷକ ପୂର୍ବରୁ ଆମେରିକାରେ ଫେସ୍‌ବୁକ୍‌ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ଏବଂ ସ୍ୱତନ୍ତ୍ର ଷ୍ଟାଫ୍‌ ମଧ୍ୟ ନିୟୋଜିତ କରିଛି।

ଫେସ୍‌ବୁକ୍‌ ଏହାର ଜ୍ଞାନକୌଶଳ ଓ କର୍ମଚାରୀଙ୍କୁ ଏଭଳି ପ୍ରସ୍ତୁତ କରିଛି ଯେ, ନିର୍ବାଚନକୁ ନେଇ କୌଣସି ପ୍ରକାର ବିବାଦୀୟ ଲେଖା ଆସିଲେ, ଏହି ଟିମ୍‌ ତାହାକୁ ତ୍ୱରିତ ଟ୍ରାକ୍‌ କରିପାରିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ଖାଲି ସେତିକି ନୁହେଁ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେଉଛନ୍ତି ସେମାନଙ୍କ ବାବଦରେ ବ୍ୟାପକ ତଥ୍ୟ ମଧ୍ୟ ଏକତ୍ର କରିବ। ଏଥିରେ ଛୋଟ ଛୋଟ କମ୍‌ ସମୟର ଭିଡିଓ ଅପ୍‌ଲୋଡ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe