୩୦ ତାରିଖ ସୁଦ୍ଧା ଏହି ସ୍ମାର୍ଟଫୋନ୍ରେ ବନ୍ଦ ହୋଇଯିବ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ମେସେଞ୍ଜର୍
ନୂଆଦିଲ୍ଲୀ: ଆସନ୍ତା ୩୦ତାରିଖରୁ କିଛି ସ୍ମାର୍ଟଫୋନ୍ରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ମେସେଞ୍ଜର୍ର ସପୋର୍ଟ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ଏହା କନଫର୍ମ କରିଛି ଯେ Windows ଫୋନ୍ରେ ଫେସବୁକ୍ ବନ୍ଦ କରିଦିଆଯିବ। ଯଦି ଆପଣଙ୍କ ପାଖରେ Windows Phone ଅଛି ତେବେ ଆପଣଙ୍କୁ ଆଉ ସୋଶାଲ ମିଡିଆ ସପୋର୍ଟ ମିଳିବ ନାହିଁ। ଏମାନଙ୍କୁ ସୋଶାଲ ମିଡିଆ ଆକ୍ସେସ୍ ପାଇଁ ଥାର୍ଡ଼ ପାର୍ଟି ଆପ୍ର ସାହାଯ୍ୟ ଦରକାର ହେବ। ସୂଚନା ଅନୁଯାୟୀ Windows Phone ତିଆରି ବନ୍ଦ ହୋଇଗଲାଣି। ମାଇକ୍ରୋସଫ୍ଟ […]
ନୂଆଦିଲ୍ଲୀ: ଆସନ୍ତା ୩୦ତାରିଖରୁ କିଛି ସ୍ମାର୍ଟଫୋନ୍ରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ମେସେଞ୍ଜର୍ର ସପୋର୍ଟ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ଏହା କନଫର୍ମ କରିଛି ଯେ Windows ଫୋନ୍ରେ ଫେସବୁକ୍ ବନ୍ଦ କରିଦିଆଯିବ। ଯଦି ଆପଣଙ୍କ ପାଖରେ Windows Phone ଅଛି ତେବେ ଆପଣଙ୍କୁ ଆଉ ସୋଶାଲ ମିଡିଆ ସପୋର୍ଟ ମିଳିବ ନାହିଁ। ଏମାନଙ୍କୁ ସୋଶାଲ ମିଡିଆ ଆକ୍ସେସ୍ ପାଇଁ ଥାର୍ଡ଼ ପାର୍ଟି ଆପ୍ର ସାହାଯ୍ୟ ଦରକାର ହେବ।
ସୂଚନା ଅନୁଯାୟୀ Windows Phone ତିଆରି ବନ୍ଦ ହୋଇଗଲାଣି। ମାଇକ୍ରୋସଫ୍ଟ ମଧ୍ୟ ଅନେକ ଦିନ ହେବ ଫୋନ୍ ଲଞ୍ଚ୍ କରିବା ବନ୍ଦ କରିଦେଲାଣି। କେବଳ ଏତିକି ନୁହେଁ ପୂର୍ବରୁ ପୂରୁଣା Windows Phoneରେ ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି। ହେଲେ ନୂଆ ସ୍ମାର୍ଟଫୋନ୍ଗୁଡ଼ିକରେ ହ୍ୱାଟ୍ସଆପ୍ର ସପୋର୍ଟ ବନ୍ଦ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଆସନ୍ତା ୩୦ ତାରିଖରୁ Windows Phone ପାଇଁ ଇନ୍ଷ୍ଟାଗ୍ରାମ୍ ଆଉ ଉପଲବ୍ଧ ହେବ ନାହିଁ। କିନ୍ତୁ Windows Phone ବ୍ୟବହାରକାରୀ ୱେବ୍ ବ୍ରାଉଜର୍ ଜରିଆରେ ଇନ୍ଷ୍ଟାଗ୍ରାମ୍ ବ୍ୟବାହର କରିପାରିବେ। ଏବେ ଫେସ୍ବୁକ୍ ମଧ୍ୟ ଖୁବ୍ଶୀଘ୍ର Windows Phoneରେ ସପୋର୍ଟ ବନ୍ଦ କରିଦେବ ବୋଲି ଘୋଷଣା କରିସାରିଛି।
କେବଳ ଏତିକି ନୁହେଁ କମ୍ପାନୀ ଘୋଷଣା କରିଦେଇଛି ଯେ ୨୦୧୯ ଡିସେମ୍ବର ପରେ Windows Phoneର ଆଉ ସିକ୍ୟୁରିଟି ଅପଡେଟ୍ ଦେବ ନାହିଁ। ତେଣୁ ୨୦୧୯ ଡିସେମ୍ବର ପରେ Windows Phoneର ବ୍ୟବହାର ସୁରକ୍ଷିତ ନୁହେଁ।