ଫେସବୁକରୁ ଭାରତର ଭୁଲ୍ ନକସା  ଡିଲିଟ୍ କଲେ ଜୁକରବର୍ଗ

ନିୟୁର୍କ: ଭାରତର ମାନଚିତ୍ରକୁ ଭୁଲ୍ ଢଙ୍ଗରେ ଅପଲୋଡ୍ କରାଯିବା ନେଇ ବିଶ୍ୱର ଅଗ୍ରଣୀ ସୋସିଆଲ୍ ନେଟୱାର୍କି ୱେବସାଇଟ୍ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଭାରତୀୟଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଆଉ ଶେଷରେ ଫେସବୁକରୁ ଭାରତର ଭୁଲ୍ ନକସା ଡିଲିଟ୍ କରି ଦିଆଯାଇଛି। ନିଜେ ଜୁକରବର୍ଗ ହିଁ ନିଜ ଫେସବୁକ୍ ପେଜରେ ଭାରତର ଭୁଲ୍ ନକସା ଅପଲୋଡ କରିଥିଲେ। ଫେସବୁକ ପକ୍ଷରୁ ଅପଲୋଡ୍ କରାଯାଇଥିବା ଭାରତର ନକସାରେ ଜାମ୍ମୁ ଓ କାଶ୍ମୀରକୁ ବାଦ୍ ଦିଆଯାଇଥିଲା। କିଛି […]

FACEBOOK

Rakesh Mallick
  • Published: Sunday, 17 May 2015
  • , Updated: 04 May 2017, 03:45 PM IST

ନିୟୁର୍କ: ଭାରତର ମାନଚିତ୍ରକୁ ଭୁଲ୍ ଢଙ୍ଗରେ ଅପଲୋଡ୍ କରାଯିବା ନେଇ ବିଶ୍ୱର ଅଗ୍ରଣୀ ସୋସିଆଲ୍ ନେଟୱାର୍କି ୱେବସାଇଟ୍ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଭାରତୀୟଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଆଉ ଶେଷରେ ଫେସବୁକରୁ ଭାରତର ଭୁଲ୍ ନକସା ଡିଲିଟ୍ କରି ଦିଆଯାଇଛି। ନିଜେ ଜୁକରବର୍ଗ ହିଁ ନିଜ ଫେସବୁକ୍ ପେଜରେ ଭାରତର ଭୁଲ୍ ନକସା ଅପଲୋଡ କରିଥିଲେ।

ଫେସବୁକ ପକ୍ଷରୁ ଅପଲୋଡ୍ କରାଯାଇଥିବା ଭାରତର ନକସାରେ ଜାମ୍ମୁ ଓ କାଶ୍ମୀରକୁ ବାଦ୍ ଦିଆଯାଇଥିଲା। କିଛି ଭାରତୀୟ ଏହି ନକସା ଦେଖି ଏତେ ପରିମାଣରେ ରାଗି ଯାଇଥିଲେ ଯେ ଫେସବୁକରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଥିଲେ। ଆଉ ଅନେକେ ଭୁଲ୍ ନକସାକୁ ତରନ୍ତ ହଟାଇ ନେବାକୁ ଦାବି କରିଥିଲେ।

Related story