ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାଶ କଲା ପୁଲିସ୍, ୧୭ ଗିରଫ୍

ନୂଆଦିଲ୍ଲୀ: ବିଦେଶୀ ନାଗରିକଙ୍କୁ ଫୋନ୍ କରି ଟେକ୍ନିକାଲ ସେବା ଯୋଗାଇବା ନାଁରେ ଚାଲିଥିବା ଏକ ନକଲି କଲ୍ ସେଣ୍ଟରରେ ଚଢ଼ାଉ କରିଛି ଦିଲ୍ଲୀ ପୁଲିସ। ରାଜଧାନୀର ରଜୋରୀ ଗାର୍ଡେନରେ ଏହି ନକଲି କଲ୍ ସେଣ୍ଟର ଚାଲିଥିଲା। ଏହି କଲ୍ ସେଣ୍ଟର ବିଦେଶୀ ନାଗରିକଙ୍କୁ ପପ୍-ଅପ୍ (ଗୋଟିଏ ପ୍ରକାର ନୋଟିଫିକେସନ) ପଠାଉଥିଲା ତାଙ୍କ ମୋବାଇଲକୁ। ଏହା ପରେ ପପ୍ ଅପ୍ ଜରିଆରେ କୁହାଯାଉଥିଲା ଯେ ତାଙ୍କ ଡିଭାଇସ ହ୍ୟାକ ହୋଇଯାଇଛି। ଭାଇରସ ଆକ୍ରମଣ କରିବାରୁ ମୋବାଇଲ୍ ହ୍ୟାକ ହୋଇଛି […]

fake call centre

Subhransu Sekhar
  • Published: Friday, 06 November 2020
  • , Updated: 06 November 2020, 07:14 PM IST

ନୂଆଦିଲ୍ଲୀ: ବିଦେଶୀ ନାଗରିକଙ୍କୁ ଫୋନ୍ କରି ଟେକ୍ନିକାଲ ସେବା ଯୋଗାଇବା ନାଁରେ ଚାଲିଥିବା ଏକ ନକଲି କଲ୍ ସେଣ୍ଟରରେ ଚଢ଼ାଉ କରିଛି ଦିଲ୍ଲୀ ପୁଲିସ। ରାଜଧାନୀର ରଜୋରୀ ଗାର୍ଡେନରେ ଏହି ନକଲି କଲ୍ ସେଣ୍ଟର ଚାଲିଥିଲା।

ଏହି କଲ୍ ସେଣ୍ଟର ବିଦେଶୀ ନାଗରିକଙ୍କୁ ପପ୍-ଅପ୍ (ଗୋଟିଏ ପ୍ରକାର ନୋଟିଫିକେସନ) ପଠାଉଥିଲା ତାଙ୍କ ମୋବାଇଲକୁ। ଏହା ପରେ ପପ୍ ଅପ୍ ଜରିଆରେ କୁହାଯାଉଥିଲା ଯେ ତାଙ୍କ ଡିଭାଇସ ହ୍ୟାକ ହୋଇଯାଇଛି। ଭାଇରସ ଆକ୍ରମଣ କରିବାରୁ ମୋବାଇଲ୍ ହ୍ୟାକ ହୋଇଛି ବୋଲି କହୁଥିଲା। ଏହାପରେ ବିଦେଶୀ ନାଗରିକଙ୍କୁ ବିଭିନ୍ନ ଆଳରେ ଠକେଇ କରୁଥିଲେ।

ଏହି ମାମଲାରେ ୧୭ ଜଣ କଲରକୁ ଗିରଫ କରିଛି ପୁଲିସ୍। ଚଢ଼ାଉ କରି ପାଖାପାଖି ୨୦ଟି ମୋବାଇଲ୍ ଜବତ କରିଛି ପୁଲିସ୍। ପୁଲିସର କହିବା ଅନୁଯାୟୀ ଅକ୍ଟୋବର ୨୦୧୯ ଏବଂ ନଭେମ୍ୱର ୨୦୨୦ ମଧ୍ୟରେ ୨,୨୬୮ ଜଣ ବ୍ୟକ୍ତିଙ୍କ ପାଖରୁ ୮ କୋଟି ଟଙ୍କା ଠକେଇ କରିଛି ଏହି ନକଲି କଲ୍ ସେଣ୍ଟର।

ସାଇବର ସେଲର ଡିସିପି ଅନୟେଶ ରାୟ କହିଛନ୍ତି ଯେ, ଚଢ଼ାଉ ବେଳେ ଜଣେ ଅଭିଯୁକ୍ତ ଆମେରିକାର ଜଣେ ମହିଳା ଡାକ୍ତରଙ୍କୁ ଠକେଇ କରିବାକୁ ଚେଷ୍ଟା କରୁଥିଲେ। ଏହାପରେ ପୁଲିସ ସଂପୃକ୍ତ ମହିଳାଙ୍କୁ ଫୋନରେ କହିଥିଲେ କି ସେ ଠକେଇର ଶିକାର ହେବାକୁ ଯାଉଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସାହିଲ ଦିଲାଓ୍ୱରୀ। ଯିଏକି କଲ୍ ସେଣ୍ଟର ଚଳାଉଥିଲେ।

Related story