ଟିଆରପି ଘୋଟାଲା, ଆଉ ଜଣେ ଗିରଫ୍

ମୁମ୍ୱାଇ: ଫେକ୍ ଟିଆରପି ସ୍କାମ୍ ମାମଲାରେ ଆଉ ଜଣେ ଗିରଫ୍ ହୋଇଛି। ମହାରାଷ୍ଟ୍ରର କ୍ରାଇମ ବ୍ରାଞ୍ଚ ପୁଲିସ ଏହି ମାମଲାରେ ୟୁପିର ମିର୍ଜାପୁରର ବିନୟ ତ୍ରିପାଠୀ ନାମକ ବ୍ୟକ୍ତିକୁ ଗିରଫ୍ କରିଛି। ଯିଏକି ହାଂସ ରିସର୍ଚ୍ଚର ପୂର୍ବତନ କର୍ମଚାରୀ। ସେ ରିଲେସନସିପ୍ ମ୍ୟାନେଜର ବା ପିଆର ଭାବରେ କାମ କରୁଥିଲେ। ହାଂସ ରିସର୍ଚ୍ଚ ଗ୍ରୁପକୁ ଏ ନେଇ ପଚରାଯିବା ପରେ କମ୍ପାନୀ କହିଛି ଯେ ବିନୟ ତ୍ରିପାଠୀ ବିଶାଳ ଭଣ୍ଡାରୀଙ୍କ ଘରେ କିଛି ସିଲେକ୍ଟିଭ୍ ଚ୍ୟାନେଲ ଲଗାଇବାକୁ […]

arrest

Subhransu Sekhar
  • Published: Monday, 12 October 2020
  • , Updated: 12 October 2020, 09:40 PM IST

ମୁମ୍ୱାଇ: ଫେକ୍ ଟିଆରପି ସ୍କାମ୍ ମାମଲାରେ ଆଉ ଜଣେ ଗିରଫ୍ ହୋଇଛି। ମହାରାଷ୍ଟ୍ରର କ୍ରାଇମ ବ୍ରାଞ୍ଚ ପୁଲିସ ଏହି ମାମଲାରେ ୟୁପିର ମିର୍ଜାପୁରର ବିନୟ ତ୍ରିପାଠୀ ନାମକ ବ୍ୟକ୍ତିକୁ ଗିରଫ୍ କରିଛି। ଯିଏକି ହାଂସ ରିସର୍ଚ୍ଚର ପୂର୍ବତନ କର୍ମଚାରୀ। ସେ ରିଲେସନସିପ୍ ମ୍ୟାନେଜର ବା ପିଆର ଭାବରେ କାମ କରୁଥିଲେ।

ହାଂସ ରିସର୍ଚ୍ଚ ଗ୍ରୁପକୁ ଏ ନେଇ ପଚରାଯିବା ପରେ କମ୍ପାନୀ କହିଛି ଯେ ବିନୟ ତ୍ରିପାଠୀ ବିଶାଳ ଭଣ୍ଡାରୀଙ୍କ ଘରେ କିଛି ସିଲେକ୍ଟିଭ୍ ଚ୍ୟାନେଲ ଲଗାଇବାକୁ କହିବା ସହ ପଇସା ଦେଇଥିଲେ। ହାଂସ ଯେଉଁ ଏଫଆଇଆର ଦାଖଲ କରିଥିଲା ସେଥିରେ ବିନୟ ତ୍ରିପାଠୀ ବିଶାଳ ଭଣ୍ଡାରୀଙ୍କ ଘରେ ‘ଇଣ୍ଡିଆ ଟୁଡେ’ ଚ୍ୟାନେଲ ଲଗାଇବା ପାଇଁ କହିବା ସହିତ ପଇସା ଦେଇଥିଲେ। ହାଂସ ହେଉଛି ଟିଆରପି ମାପୁଥିବା ବାର୍କର ଏକ ସଂସ୍ଥା। ଯିଏକି ଡାଟା କଲେକସନ କରେ।

ଟିଆରପି ଘୋଟାଲରେ ଏଯାବତ ୫ ଜଣ ଗିରଫ ହୋଇଛନ୍ତି। ବିଶାଳ ଭଣ୍ଡାରୀ, ବୋମପେଲି ରାଓ ମିସ୍ତ୍ରୀ, ଶିରିଷ ସତିଶ ପଟ୍ଟନଶେଠୀ ଏବଂ ନାରାୟଣ ଶର୍ମାଙ୍କୁ ପୁଲିସ ନିଜ ହେପାଜତରେ ନେଇଛି। ମଙ୍ଗଳବାର ଅବଧି ଶେଷ ହେବା ପରେ କିଲା କୋର୍ଟରେ ପୁଲିସ ଚାରି ଅଭିଯୁକ୍ତଙ୍କୁ ହାଜର କରିବ।

ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସ ଟିଆରପି ଘୋଟାଲା ନେଇ ଅକ୍ଟୋବର ୮ରେ ଏକ ପ୍ରେସ କନଫେରନସ କରିଥିଲା। ଯେଉଁଥିରେ ରିପବ୍ଲିକ୍ ଟିଭି ଏବଂ ଅନ୍ୟ ଦୁଇ ଚ୍ୟାନେଲ ନାଁ ପୁଲିସ କମିଶନର ପରମବୀର ସିଂହ କହିଥିଲେ।

Related story