‘ଗୁଜବ’ ଯୋଗୁ ହୋଇଥିଲା ଓକିଲ-ପୁଲିସ୍‌ ହଙ୍ଗାମା!

ନୂଆଦିଲ୍ଲୀ: ତିସ୍‌ ହଜାରୀ କୋର୍ଟ ଘଟଣାକୁ ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏକ ‘ଗୁଜବ’ କାରଣରୁ ଭୁଲ ବୁଝାମଣା ହୋଇଥିଲା ଏବଂ ପରେ ଏହା ତୁମୂଳକାଣ୍ଡର ରୂପ ନେଇଥିଲା। ଏହି ଗୁଜବ ତ୍ୱରିତ ବେଗରେ ଓକିଲଙ୍କ ମଧ୍ୟରେ ଖେଳିଯିବାରୁ ଏପରି ସମସ୍ୟା ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ୪ ଦିନର ତଦନ୍ତ ପରେ ତଦନ୍ତକାରୀ ଅଧିକେରୀ ସନ୍ଦେହ କରୁଛନ୍ତି ତିସ୍‌ ହଜାରୀ କୋର୍ଟରେ ଗୁଜବ ପ୍ରଚାର କରାଯାଥିଲା ଯେ, […]

adv

Subrat Kumar Nayak
  • Published: Wednesday, 06 November 2019
  • , Updated: 06 November 2019, 04:19 PM IST

ନୂଆଦିଲ୍ଲୀ: ତିସ୍‌ ହଜାରୀ କୋର୍ଟ ଘଟଣାକୁ ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏକ ‘ଗୁଜବ’ କାରଣରୁ ଭୁଲ ବୁଝାମଣା ହୋଇଥିଲା ଏବଂ ପରେ ଏହା ତୁମୂଳକାଣ୍ଡର ରୂପ ନେଇଥିଲା। ଏହି ଗୁଜବ ତ୍ୱରିତ ବେଗରେ ଓକିଲଙ୍କ ମଧ୍ୟରେ ଖେଳିଯିବାରୁ ଏପରି ସମସ୍ୟା ହୋଇଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ୪ ଦିନର ତଦନ୍ତ ପରେ ତଦନ୍ତକାରୀ ଅଧିକେରୀ ସନ୍ଦେହ କରୁଛନ୍ତି ତିସ୍‌ ହଜାରୀ କୋର୍ଟରେ ଗୁଜବ ପ୍ରଚାର କରାଯାଥିଲା ଯେ, ପୁଲିସ୍‌ ଓକିଲମାନଙ୍କୁ ହାଜତ ଭିତରେ ପୁରାଇଦେଇଛି। ଏପରିକି ମାଡ଼ ମଧ୍ୟ ମରାଯାଇଥିବା ଗୁଜବ ପ୍ରଚାରିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ନଭେମ୍ବର ୫ରେ ଦିଲ୍ଲୀ ବାର୍‌ ଆସୋସିଏସନ୍‌ ନିର୍ବାଚନ ଥିଲା। ଏଥିପାଇଁ ଓକିଲମାନେ ପ୍ରଚାର ପାଇଁ ଆସିଥିଲେ। ଏମାନେ ନିଜ ନିଜ ସମର୍ଥକଙ୍କ ସହ ତିସ୍‌ ହଜାରୀ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଓକିଲଙ୍କୁ ଘୋଷାଡ଼ି ନିଆଯାଇଥିବା ଏବଂ ମାଡ଼ ମରାଯାଇଥିବା ଭଳି ଗୁଜବ ପ୍ରଚାରିତ ହେବାପରେ ଉତ୍ତ୍ୟକ୍ତ ଓକିଲ ପୁଲିସ୍‌ ପୋଷ୍ଟ ଏବଂ ଲକ୍‌ଅପ୍‌ ଉପରେ ଆକ୍ରମଣ କରିଥିଲେ। ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଉଭୟ ପୁଲିସ୍‌ ଏବଂ ଓକିଲ ସାଙ୍ଗରେ ଯାଉଛନ୍ତି ଏବଂ ଗୁଜବରେ କୁହାଯାଇଥିବା ଭଳି କିଛି ଘଟଣା ଘଟିନି।

ବର୍ତ୍ତମାନ ତଦନ୍ତକାରୀ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଘଟଣା ସ୍ଥଳରେ ଉପସ୍ଥିତ ଏବଂ ଘଟଣା ସହ ଜଡ଼ିତ ଓକିଲଙ୍କ ବୟାନ ରେକର୍ଡ କରାଯିବ। ଏପରିକି ତଦନ୍ତରୁ ଜଣାପଡ଼ିଛି ପୁଲିସ୍‌ ଉପରେ ଆକ୍ରମଣ କରିଥିବା ଓକିଲ ତିସ୍‌ ହଜାରୀ କୋର୍ଟରେ ପ୍ରାକ୍ଟିସ୍‌ କରନ୍ତିନି। ଇତିମଧ୍ୟରେ ଆହତ ପୁଳିସ୍‌ଙ୍କ ବୟାନ ରେକର୍ଡ ସରିଛି। ସେମାନେ କହିବା ଅନୁଯାୟୀ ନିଜକୁ ବଞ୍ଚାଇବାକୁ ଦୌଡ଼ିବାକୁ ମଧ୍ୟ ପଡ଼ିଥିଲା। ଆନ୍ଦୋଳନରତ ଓକିଲଙ୍କ ଉପରେ ଗୁଳିମାଡ଼ କରିଥିବା ପୁଲିସ୍‌ କହିଛନ୍ତି ସେ ଆତ୍ମରକ୍ଷା ପାଇଁ ଗୁଳି ଚଲାଇଥିଲେ। ସେ ତାଙ୍କ ସିନିଅର ଅଧିକାରୀଙ୍କୁ ବଞ୍ଚାଇବା ସହ ବିଚାର ବିଭାଗୀୟ କଏଦୀ ଥିବା ଲକ୍‌ ଅପ୍‌ ଆଡ଼କୁ ଯାଉଥିବା ଓକିଲଙ୍କୁ ଅଟକାଇବାକୁ ଏଭଳି କରିଥିବା କହିଥିଲେ।

ଏହାପରେ ବେଶ୍‌ କିଛି ଓକିଲ ପୁଲିସ୍‌ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ପୁଲିସ୍‌ମାନେ ବିକ୍ଷୋଭ କରିବା ସହ ପୁଲିସ୍‌ ମୁଖ୍ୟଙ୍କୁ ଓକିଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ କରିଥିଲେ।

Related story