ପାକିସ୍ତାନରେ ଧର୍ମ ପରିବର୍ତ୍ତନର ଶିକାର ଯୁବତୀ ଘରକୁ ଫେରିବା ଖବର ମିଛ

ନୂଆଦିଲ୍ଲୀ: ପାକିସ୍ତାନରେ ଧର୍ମପରିବର୍ତ୍ତନର ଶିକାର ହୋଇଥିବା ଶିଖ ଯୁବତୀ ଘରକୁ ଫେରି ନାହାନ୍ତି। ପାକିସ୍ତାନ ସରକାର କେବଳ ମିଛ ଖବର ପ୍ରଚାର କରି ଧର୍ମାନ୍ତରଣ ଅଭିଯୋଗରୁ ବଞ୍ଚିବାକୁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ମୁସଲିମ୍ ଧର୍ମକୁ ଜୋରଜବରଦସ୍ତ ଧର୍ମାନ୍ତରିତ ହୋଇଥିବା ଯୁବତୀଙ୍କ ଦୁଇ ଭାଇ ଏହି ସୂଚନା ଶିଖ୍ ସଂପ୍ରଦାୟ ମାଧ୍ୟମରେ ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ନନକାନା ସାହିବରେ ଜଣେ ଶିଖ ଯୁବତୀଙ୍କୁ ଅପହରଣ କରି ନେଇ ଅପରାଧୀମାନେ ତାଙ୍କୁ ମୁସଲିମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ […]

sikh girl

Subhransu Sekhar
  • Published: Saturday, 31 August 2019
  • , Updated: 31 August 2019, 02:01 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଧର୍ମପରିବର୍ତ୍ତନର ଶିକାର ହୋଇଥିବା ଶିଖ ଯୁବତୀ ଘରକୁ ଫେରି ନାହାନ୍ତି। ପାକିସ୍ତାନ ସରକାର କେବଳ ମିଛ ଖବର ପ୍ରଚାର କରି ଧର୍ମାନ୍ତରଣ ଅଭିଯୋଗରୁ ବଞ୍ଚିବାକୁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ମୁସଲିମ୍ ଧର୍ମକୁ ଜୋରଜବରଦସ୍ତ ଧର୍ମାନ୍ତରିତ ହୋଇଥିବା ଯୁବତୀଙ୍କ ଦୁଇ ଭାଇ ଏହି ସୂଚନା ଶିଖ୍ ସଂପ୍ରଦାୟ ମାଧ୍ୟମରେ ଦେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ନନକାନା ସାହିବରେ ଜଣେ ଶିଖ ଯୁବତୀଙ୍କୁ ଅପହରଣ କରି ନେଇ ଅପରାଧୀମାନେ ତାଙ୍କୁ ମୁସଲିମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ଏହାପରେ ଜୋର ଜବରଦସ୍ତି କରି ଜଣେ ମୁସିଲମ୍ ଯୁବକଙ୍କ ସହ ତାଙ୍କର ବିବାହ କରାଇଥିଲେ। ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଧର୍ମ ପରିବର୍ତ୍ତନ କରାଇଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଦେଶର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ମଧ୍ୟ ତାଙ୍କର ପାକ୍‌ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ।

ଏହାପରେ ପାକିସ୍ତାନ ସରକାର କହିଥିଲେ ଅପହରଣ ଓ ଧର୍ମାନ୍ତରୀକରଣ ଅଭିଯୋଗରେ ୮ ଜଣ ଗିରଫ ହୋଇଛନ୍ତି, ଯୁବତୀ ଜଣଙ୍କ ଘରକୁ ଫେରିଛି। ଯାହାକି ସମ୍ପୂର୍ଣ୍ଣ ମିଛ ଖବର ବୋଲି ଧର୍ମାନ୍ତରୀକରଣର ଶିକାର ହୋଇଥିବା ୧୯ ବର୍ଷୀୟ ଯୁବତୀଙ୍କ ଭାଇ କହିଛନ୍ତି। ପାକ୍ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Related story