ଫରିଦାବାଦ: ହରିୟାଣାର ଫରିଦାବାଦ ଜିଲ୍ଲା ସୁନପେଡ ଗାଁରେ ଏକ ଦଳିତ ପରିବାରର ୨ ନାବାଳକଙ୍କୁ ପୋଡି ହତ୍ୟା କରିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏହାସହ କାର୍ଯ୍ୟରେ ଅନିମିୟତା ଅଭିଯୋଗରେ ୭ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଦଳିତ ପରିବାରର ସୁରକ୍ଷା ପାଇଁ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ମୃତ ଦୁଇ ଶିଶୁଙ୍କର ଆଜି ବ୍ୟବଚ୍ଛେଦ କରାଯିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୃତ ଶିଶୁ ପରିବାରକୁ ଭେଟିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଗତକାଲି କିଛି ଦୁର୍ବୃତ୍ତ ଏକ ଦଳିତ ପରିବାରର ୪ଜଣଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଫରିଦାବାଦର ସୁନପେଡ ବାଇପାସ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରା ଯିବା ପର୍ଯ୍ୟନ୍ତ ମୃତ ଦୁଇ ଶିଶୁଙ୍କ ଶେଷ କୃତ୍ୟ କରାଯିବ ନାହିଁ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।