କୃଷି ଆଇନକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ କିଷାନ ସଂଘ। ଡିସେମ୍ୱର ୧୧ରେ ଚାଷୀ ଏହି ଚାଷୀ ସଂଘ ଏକ ପିଟିସନ ଦାଖଲ କରିଛି। ସରକାରଙ୍କ ତିନି କୃଷି ଆଇନ୍ ରଦ୍ଦ ହେବା ଦରକାର। ଏହି ତିନି ଆଇନ ସଂସଦରେ ଭଲ ଭାବରେ ଆଲୋଚନା ନହୋଇ ପାରିତ ହୋଇଛି। ଏହି ତିନି କୃଷି ଆଇନରେ ଚାଷୀଙ୍କ ସ୍ୱାର୍ଥ ନାହିଁ ବରଂ ଘରୋଇ କମ୍ପାନୀର ଅଧିକ ଲାଭ ରହିଛି। ତେଣୁ ଏହି […]

Farmer-protest

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 10:36 PM IST

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ କିଷାନ ସଂଘ। ଡିସେମ୍ୱର ୧୧ରେ ଚାଷୀ ଏହି ଚାଷୀ ସଂଘ ଏକ ପିଟିସନ ଦାଖଲ କରିଛି। ସରକାରଙ୍କ ତିନି କୃଷି ଆଇନ୍ ରଦ୍ଦ ହେବା ଦରକାର। ଏହି ତିନି ଆଇନ ସଂସଦରେ ଭଲ ଭାବରେ ଆଲୋଚନା ନହୋଇ ପାରିତ ହୋଇଛି। ଏହି ତିନି କୃଷି ଆଇନରେ ଚାଷୀଙ୍କ ସ୍ୱାର୍ଥ ନାହିଁ ବରଂ ଘରୋଇ କମ୍ପାନୀର ଅଧିକ ଲାଭ ରହିଛି। ତେଣୁ ଏହି ତିନି ଆଇନକୁ ରଦ୍ଦ କରିବା ପାଇଁ ଭାରତୀୟ କିଷାନ ସଂଘ ପିଟିସନ ଦାଖଲ କରିଛି।

କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତାବ ଚାଷୀମାନେ ପ୍ରତ୍ୟାହାର କରି ସାରିଛନ୍ତି। ଏହାବାଦ୍ ୫ଟି ବୈଠକ ଚାଷୀ ଏବଂ ସରକାର ମଧ୍ୟରେ ବସି ସାରିଛି। ଏମଏସପି ଦରରୁ କମ୍ ଦାମରେ ବେପାରୀ ଚାଷୀଙ୍କ ଠାରୁ ଫସଲ କିଣିପାରିବେ ନାହିଁ, ମଣ୍ଡି ହଟିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହାପରେ ବି ଚାଷୀ ସଂଗଠନ ଏବେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ନେଇ ଜିଦରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ବସିଛନ୍ତି।

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ସରକାର ଏବେ ବି ଚାଷୀଙ୍କ ସମସ୍ୟା ପ୍ରତି ଯତ୍ନଶୀଳ। ସମସ୍ୟାର ସମାଧାନ ପାଇଁ ସରକାର ରାଜି ଅଛନ୍ତି। କୋଭିଡ୍ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବା ଦରକାର ବୋଲି କୃଷିମନ୍ତ୍ରୀ ଚାଷୀଙ୍କୁ ଆହ୍ୱାନ କରିଛନ୍ତି।

ସେହିପରି ଭାରତୀୟ କୃଷକ ସଂଘର ମୁଖ୍ୟ ବଲବୀର ଏସ ରାଜୱାଲ କହିଛନ୍ତି ଯେ ଡିସେମ୍ବର ୧୨ରେ ଆମେ ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରିବୁ। ୧୪ ତାରିଖ ଦିନ ଆମେ ଡିସି କାର୍ଯ୍ୟାଳୟ, ବିଜେପି ନେତାଙ୍କ ଘର ଏବଂ ରିଲାଏନ୍ସ / ଆଦାନୀ ଟୋଲ ପ୍ଲାଜା ସମ୍ମୁଖରେ ବିରୋଧ କରିବୁ। ହେଲେ ଟ୍ରେନ୍ ବନ୍ଦ କରିବା ନେଇ କୌଣସି କାର୍ଯ୍ୟକ୍ରମ ହୋଇ ନାହିଁ।

Related story