କେନ୍ଦ୍ରର ପ୍ରସ୍ତାବକୁ ଖାରଜ କଲା ଚାଷୀ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ। କ୍ରାନ୍ତିକାରୀ କିସାନ ୟୁନିଅନର ସଭାପତି ଦର୍ଶନ ପାଲ ପ୍ରେସ କନଫରେନସ କରି ଏହା କହିଛନ୍ତି। ଏଥିସହ ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଡିସେମ୍ୱର ୧୨ ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି। We will block Delhi-Jaipur highway by 12th December: Farmer leaders at Singhu (Delhi-Haryana border)#FarmLaws […]

farner-uniom

Subhransu Sekhar
  • Published: Wednesday, 09 December 2020
  • , Updated: 09 December 2020, 07:23 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ। କ୍ରାନ୍ତିକାରୀ କିସାନ ୟୁନିଅନର ସଭାପତି ଦର୍ଶନ ପାଲ ପ୍ରେସ କନଫରେନସ କରି ଏହା କହିଛନ୍ତି। ଏଥିସହ ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଡିସେମ୍ୱର ୧୨ ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି।

https://twitter.com/ANI/status/1336636580828626945?s=20

ଅନ୍ୟପଟେ ସିପିଆଇ-ଏମ୍ ନେତା ସୀତାରାମ ୟୁଚେରୀ କହିଛନ୍ତି କେନ୍ଦ୍ର ତିନି କୃଷି ବିଲକୁ ୨୫ରୁ ଅଧିକ ରାଜନୀତିକ ଦଳ ବିରୋଧ କରୁଛନ୍ତି। ସରକାର ଆଣିଥିବା ଏହି ତିନି ଆଇନ ଦେଶ ସ୍ୱାର୍ଥରେ ନୁହେଁ। ଏଥିସହ ଏହି ତିନି ଆଇନ୍ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୋଲି ସେ କହିଛନ୍ତି।

https://twitter.com/ANI/status/1336630040834920449?s=20

 

ମଙ୍ଗଳବାର ସନ୍ଧ୍ୟାରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ବୈଠକ କରିଥିଲେ। ଏଥିରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗଦେଇଥିଲେ। ଏହାପରେ ଆଜି ହେବାକୁ ଥିବା ଚାଷୀ ସଂଗଠନର ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ୬ଷ୍ଠ ରାଉଣ୍ଡ ବୈଠକକୁ ସ୍ଥଗିତ ରଖାଯାଇଛି। ଏହାପରେ କେନ୍ଦ୍ର ସରକାର ଚାଷୀଙ୍କ ପାଖକୁ ନୂଆ ପ୍ରସ୍ତାବ ଦେଇଥିଲେ। ଯାହାକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।

Related story