ମୁମ୍ୱାଇ: ମହାରାଷ୍ଟ୍ର ସରକାରଙ୍କ ପାଖରୁ ନ୍ୟାୟ ଅପେକ୍ଷାରେ ଜଣେ ମୃତ ଚାଷୀଙ୍କ ପରିବାର। ମାମଲା ବର୍ଷେରୁ ଅଧିକ ସମୟ ହେଲାଣି। ହେଲେ ଏଯାବତ ମୃତ ଚାଷୀଙ୍କ ପରିବାର ଲୋକେ ନ୍ୟାୟ ପାଇ ପାରି ନାହାନ୍ତି। ଏପ୍ରିଲ ୨୦୧୯ରେ ଦିଲ୍ଲୀପ ଧାଲଭେ ନାମକ ଚାଷୀ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଓସମାନବାଦର ଶିବସେନା ସାଂସଦ ରାଜେ ନାମବଲକରଙ୍କ ନାଁରେ ଏକ ସୁଇସାଇଡାଲ୍ ନୋଟ୍ ଲେଖିଥିଲେ।
ଆତ୍ମହତ୍ୟା ପାଇଁ ଉସୁକାଇଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଦିଲୀପ ଧାୱାଲେଙ୍କ ପରିବାର ପ୍ରେସ କନଫରେନସ କରି ଶିବସେନା ସାଂସଦଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଗୁରୁୂବାର ଓସମାନାବାଦରେ ମୃତ ଚାଷୀଙ୍କ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ବିଳମ୍ବିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାବଲେଙ୍କ ପତ୍ନୀ ଭାଣ୍ଡାନା ଧାବଲେ କହିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ଉଦ୍ଧବ ଠାକରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଆର୍ଥିକ ଠକେଇ ଏବଂ ଅପମାନ ଯୋଗୁଁ ତାଙ୍କ ସ୍ୱାମୀ ଦିଲୀପ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବେଲି ସେ କହିଛନ୍ତି।
ଧାବଲେଙ୍କ ପରିବାର କହିଛନ୍ତି ଯେ ଘଟଣାର ପାଞ୍ଚ ମାସ ପରେ ଏହି ମାମଲାର ଏଫଆଇଆର ଦାଖଲ ହୋଇଥିଲା। ହେଲେ ଅପରାଧିକ ମାମଲା ପଞ୍ଜୀକୃତ ହେବାର ବର୍ଷେ ବିତିଯାଇଥିଲେ ବି ପୁଲିସ କୋର୍ଟରେ ଚାର୍ଜଶିଟ୍ ଦାଖଲ କରି ନାହିଁ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।
ଓସମାନାବାଦର ଚାଷୀ ଦିଲ୍ଲୀପ ଧାଲଭେ ମୃତ୍ୟୁ ପୂର୍ବରୁ ଦୁଇଟି ସୁଇସାଇଡାଲ୍ ନୋଟ ଲେଖିଥିଲେ। ଗୋଟିଏ ଧୋକି ପୁଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ଏବଂ ଅନ୍ୟଟି ‘ଭୋଟର’ଙ୍କ ପାଇଁ ଲେଖିଥିଲେ। ସେ ଲେଖିଥିଲେ ଶିବସେନା ସାଂସଦ ନାମ୍ବଲକର ଏବଂ ଭାସନ୍ତଡା କୋଅପରେଟିଭ ବ୍ୟାଙ୍କର ଚେୟାରମ୍ୟାନ୍ ବିଜୟ ଦାଣ୍ଡନାଇକଙ୍କ ତାଙ୍କ ଜମି ବନ୍ଧକ ରଖି ଋଣ ପାଇଥିବା ଅଭିଯୋଗ କରିଛନ୍ତି। ସେ ଋଣ ଆଣି ପରିଶୋଧ କରିପାରିନଥିଲେ। ହେଲେ ଏହାପରେ ତାଙ୍କ ବନ୍ଧକ ଜମିକୁ ତିନି ଥର ନିଲାମୀ କରାଯାଇଛି। ଏହାପରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଲେଖିଥିଲେ।
ମୃତ ଚାଷୀଙ୍କ ଭାଇ ରାଜ ଏବଂ ପୁଅ ଦୀପକ ପୁଲିସର କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାମଲାରେ ନ୍ୟାୟ ପାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାବି କରିଛନ୍ତି। ଖୁବଶୀଘ୍ର ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି।
ଯଦି ଇଣ୍ଟେରିଅର ଡିଜାଇନରଙ୍କ ମୃତ୍ୟୁ ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁ ଥିଲା ବୋଲି ଗିରଫ କରାଯାଇଛି ତାହେଲେ ତାଙ୍କ ଭାଇର ମୃତ୍ୟୁ ମାମଲାରେ ଶିବସେନା ସାଂସଦଙ୍କୁ କାହିଁକି ଗିରଫ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।