କୃଷି ଆଇନକୁ ପୋଡ଼ି ଦେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ସଂସ୍କାର ଆଇନକୁ ବିରୋଧ କରି ବୁଧବାର ଚାଷୀ କାଗଜରେ ଲିଖିତ ଆଇନକୁ ପୋଡ଼ି ଦେଇଛନ୍ତି। ଅମ୍ବାଲା ସମେତ ସିଙ୍ଗୁର ଏବଂ ଟିକିରି ସୀମାରେ ଥିବା ଆଇନର ନକଲ କପିକୁ ପୋଡ଼ି ଦେଇଛନ୍ତି ଆନ୍ଦୋଳନରତ ଚାଷୀ। ଗତକାଲି ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଲଗାଇବା ପରେ ଏକ କମିଟି ଗଠନ କରିଛନ୍ତି। #WATCH | Farmers protesting at Singhu Border burn copies of the #FarmLaws#Lohri pic.twitter.com/t6eY6aNLOo — ANI […]

FARM-LAW

Subhransu Sekhar
  • Published: Wednesday, 13 January 2021
  • , Updated: 14 January 2021, 12:27 AM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ସଂସ୍କାର ଆଇନକୁ ବିରୋଧ କରି ବୁଧବାର ଚାଷୀ କାଗଜରେ ଲିଖିତ ଆଇନକୁ ପୋଡ଼ି ଦେଇଛନ୍ତି। ଅମ୍ବାଲା ସମେତ ସିଙ୍ଗୁର ଏବଂ ଟିକିରି ସୀମାରେ ଥିବା ଆଇନର ନକଲ କପିକୁ ପୋଡ଼ି ଦେଇଛନ୍ତି ଆନ୍ଦୋଳନରତ ଚାଷୀ। ଗତକାଲି ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଲଗାଇବା ପରେ ଏକ କମିଟି ଗଠନ କରିଛନ୍ତି।

https://twitter.com/ANI/status/1349326914721247233?s=20

ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାନୁଆରୀ ୨୬ରେ ଚାଷୀ ଟ୍ରାକ୍ଟରରେ ପରେଡ କରିବେ। ଏ ନେଇ ପ୍ରସ୍ତୁତି ଚାଲିଛି ବୋଲି ଅଲ ଇଣ୍ଡିଆ କିଷାନ ସଂଘ ସମନ୍ୱୟ କମିଟି କହିଛି। ଦେଶର ୨୦ ହଜାରରୁ ଅଧିକ ସ୍ଥାନରେ କୃଷି ଆଇନର କପି ପୋଡାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି।

ସେହିପରି ଜାନୁଆରୀ ୧୮ରେ ଦିଲ୍ଲୀର ୩୦୦ କିଲୋମିଟର ଦୂରତା ମଧ୍ୟରେ ସମସ୍ତ ଜିଲ୍ଲାରେ 'ମହିଲା କିଷାନ ଦିବସ' ପାଳନ କରାଯିବ। ପ୍ରେସ ରିଲିଜ୍ ଅନୁଯାୟୀ ଜାନୁଆରୀ ୨୦ରୁ ଜାନୁଆରୀ ୨୨ ମଧ୍ୟରେ ପଶ୍ଚିମବଙ୍ଗରେ ଏବଂ ମହାରାଷ୍ଟ୍ରରେ ୨୪ ଜାନୁଆରୀରୁ ୨୬ ଜାନୁଆରୀ ମଧ୍ୟରେ ଏହି ଦିବସ ପାଳନ କରାଯିବ। କେରଳ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଜାନୁଆରୀ ୨୩ ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ଏବଂ ଜାନୁଆରୀ ୨୩ ରେ ଓଡ଼ିଶାରେ 'ମହିଲା କିଷାନ ଦିବସ' ପାଳନ କରାଯିବ।

Related story