ମନ୍ତ୍ରୀମାନଙ୍କ ସହ ଲଞ୍ଚ୍‌ କରିବାକୁ ମନା କଲେ, ତଳେ ବସି ଖାଦ୍ୟ ଖାଇଲେ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରଙ୍କ ସହ ୭ମ ଥର ପାଇଁ ଆଲୋଚନା କରୁଛନ୍ତି। ତେବେ ବୈଠକରେ ଯୋଗଦେଇଥିବା କେନ୍ଦ୍ର କୃଷି ଓ ରେଳ ମନ୍ତ୍ରୀଙ୍କ ସହ ଲଞ୍ଚ କରିବାକୁ ଚାଷୀମାନେ ରୋକଠୋକ ମନା କରିଦେଇଛନ୍ତି। ଆପଣମାନେ ଆପଣଙ୍କ ଖାଦ୍ୟ ଖାଆନ୍ତୁ, ଆମେ ଆମ ଖାଇବା ଖାଇବକୁ ବୋଲି ଚାଷୀ ପ୍ରତିନିଧିମାନେ କହିଥିଲେ। ଏହାପରେ କିଛି ଚାଷୀ ଚେୟାର ଉପରେ ଓ ଆଉ କିଛି ଚାଷୀ ତଳେ ବସି ନିଜ […]

u

Hemant Lenka
  • Published: Monday, 04 January 2021
  • , Updated: 04 January 2021, 06:29 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରଙ୍କ ସହ ୭ମ ଥର ପାଇଁ ଆଲୋଚନା କରୁଛନ୍ତି। ତେବେ ବୈଠକରେ ଯୋଗଦେଇଥିବା କେନ୍ଦ୍ର କୃଷି ଓ ରେଳ ମନ୍ତ୍ରୀଙ୍କ ସହ ଲଞ୍ଚ କରିବାକୁ ଚାଷୀମାନେ ରୋକଠୋକ ମନା କରିଦେଇଛନ୍ତି।

ଆପଣମାନେ ଆପଣଙ୍କ ଖାଦ୍ୟ ଖାଆନ୍ତୁ, ଆମେ ଆମ ଖାଇବା ଖାଇବକୁ ବୋଲି ଚାଷୀ ପ୍ରତିନିଧିମାନେ କହିଥିଲେ। ଏହାପରେ କିଛି ଚାଷୀ ଚେୟାର ଉପରେ ଓ ଆଉ କିଛି ଚାଷୀ ତଳେ ବସି ନିଜ ନିଜ ସହ ଆଣିଥିବା ଖାଦ୍ୟକୁ ଖାଇଥିଲେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।

ଏଥିରେ ୪୦ଟି ଚାଷୀ ସଂଗଠନର ପ୍ରତିନିଧିଙ୍କ ବ୍ୟତୀତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଲଞ୍ଚ ବେଳେ ଚାଷୀ ପ୍ରତିନିଧିଙ୍କୁ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଲଞ୍ଚ କରିବାକୁ ନିମନ୍ତ୍ରଣ କରାଯାଇଥିଲା।

ହେଲେ ଚାଷୀମାନେ ଏହାକୁ ମନା କରିଦେଇଥିଲେ। ସେମାନେ ନିଜ ଲଙ୍ଗରରୁ ଆଣିଥିବା ଖାଦ୍ୟକୁ ବିଜ୍ଞାନ ଭବନରେ ପରସିବା ସହ ଏହାକୁ ଖାଇଥିଲେ। ଏହାର ଫଟୋ ଏବେ ସାମ୍ନାକୁ ଆସିଛି।

Related story