Advertisment

ବର୍ଷକୁ କୃଷକ ପାଇବେ ୬ ହଜାର

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): କୃଷକଙ୍କ ଖାତାକୁ ସିଧାସଳଖ ବର୍ଷକୁ ୬ ହଜାର ଟଙ୍କା ରାଶି ପଠାଇବେ କେନ୍ଦ୍ର ସରକାର। ଯେଉଁ କୃଷକଙ୍କର ୨ ହେକ୍ଟର ବା ତ’ ଠାରୁ କମ୍ ଜମି ରହିଛି ସେହି ବର୍ଗର କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହା ପ୍ରଦାନ କରିବେ। ବର୍ଷକୁ ୩ ଟି କିସ୍ତିରେ ଥରେକା ୨ ହଜାର ଟଙ୍କା ଲେଖାଏଁ ଏହି ରାଶି ପ୍ରଦାନ କରାଯିବ। ୨୦୧୮-୧୯ ଆର୍ଥିକବର୍ଷର ଅନ୍ତରିଣ ବଜେଟ୍ ଉପସ୍ଥାପନ କରି […]

author-image
Jagamohan Maharana
ଅଦ୍ୟତନ ହୋଇଛି
ବର୍ଷକୁ କୃଷକ ପାଇବେ ୬ ହଜାର

5

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): କୃଷକଙ୍କ ଖାତାକୁ ସିଧାସଳଖ ବର୍ଷକୁ ୬ ହଜାର ଟଙ୍କା ରାଶି ପଠାଇବେ କେନ୍ଦ୍ର ସରକାର। ଯେଉଁ କୃଷକଙ୍କର ୨ ହେକ୍ଟର ବା ତ’ ଠାରୁ କମ୍ ଜମି ରହିଛି ସେହି ବର୍ଗର କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହା ପ୍ରଦାନ କରିବେ। ବର୍ଷକୁ ୩ ଟି କିସ୍ତିରେ ଥରେକା ୨ ହଜାର ଟଙ୍କା ଲେଖାଏଁ ଏହି ରାଶି ପ୍ରଦାନ କରାଯିବ।

Advertisment

୨୦୧୮-୧୯ ଆର୍ଥିକବର୍ଷର ଅନ୍ତରିଣ ବଜେଟ୍ ଉପସ୍ଥାପନ କରି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଏହି ଘୋଷଣା କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହା କୃଷକଙ୍କ ମୁଁହରେ ଏକ ଥୋପ ବୋଲି କୁହାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡ଼ିବ। ୨୦୧୮ ଡିସେମ୍ବରରୁ ପିଛିଲା ଭାବେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯିବ।