ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ସମିତିରେ ନଜରବନ୍ଦୀ ନେତା ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ସମିତିରେ ସାମିଲ ହୋଇଥିବା ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନେଇ ବିବାଦ ଚାଲିଛି। ଏବେ ଏହି ସଂସଦୀୟ କମିଟି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୀନଗର ସାଂସଦ ଫାରୁକ ଅବଦୁଲ୍ଲା। ଯିଏକି ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ରହିଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ଗୃହବନ୍ଦୀ କରି ରଖା ଯାଇଛି। ତେଣୁ ସେ ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ଯୋଗ ଦେଇ ପାରି […]

Farooq

Subhransu Sekhar
  • Published: Friday, 22 November 2019
  • , Updated: 22 November 2019, 02:02 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ସମିତିରେ ସାମିଲ ହୋଇଥିବା ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନେଇ ବିବାଦ ଚାଲିଛି। ଏବେ ଏହି ସଂସଦୀୟ କମିଟି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୀନଗର ସାଂସଦ ଫାରୁକ ଅବଦୁଲ୍ଲା। ଯିଏକି ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ରହିଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ଗୃହବନ୍ଦୀ କରି ରଖା ଯାଇଛି। ତେଣୁ ସେ ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ଯୋଗ ଦେଇ ପାରି ନାହାନ୍ତି। ବିରୋଧୀ ଏ ନେଇ ସରକାରଙ୍କୁ ସଂସଦରେ ସମାଲୋଚନା କରୁଛନ୍ତି।

ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ବୋର୍ଡ଼ରେ ଫାରୁକଙ୍କ ନାମ ପ୍ରଥମରେ ରହିବା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି। ଗତକାଲି ସରକାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୨୧ ଜଣିଆ ସଂସଦୀୟ କମିଟି ଘୋଷଣା କରିଥିଲେ।

Related story