କଶ୍ମୀର: କଶ୍ମିରୀମାନଙ୍କୁ ହିଂସା ପାଇଁ ଉସକାଇବାର ଉଦ୍ୟମ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା। ସେ କହିଛନ୍ତି କେନ୍ଦ୍ର ସରକାର କୁଆଡ଼େ ତାଙ୍କୁ ମାରିଦେବାକୁ ଚାହୁଁଛନ୍ତି। ସେ କହିଛନ୍ତି, "ଯେତେବେଳେ ଫାଟକ ଖୋଲିବ ଏବଂ ଲୋକେ ଯେତେବେଳେ ବାହାରକୁ ବାହାରିବେ, ଆମେ ଲଢ଼େଇ କରିବୁ, ଆମେ କୋର୍ଟକୁ ଯିବୁ। ଆମେ ନା ବନ୍ଧୁକ ଚଲେଇବୁ, ନା ଗ୍ରେନେଡ୍ ଫୋପାଡ଼ିବୁ, ନା ପଥର ଫିଙ୍ଗିବୁ, ଆମେ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇରେ ବିଶ୍ୱାସ କରୁ। ସେମାନେ ଆମକୁ ମାରିଦେବାକୁ ଚାହାନ୍ତି, ମୋ ପୁଅ (ଓମାର) ଏବେ ଜେଲ୍ରେ।"
ବର୍ତ୍ତମାନ ଫାରୁକ୍ ଗୃହବନ୍ଦୀ ଅଛନ୍ତି। ଏତଦ୍ବ୍ୟତୀତ ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଗିରଫ ହୋଇ ସାରିଛନ୍ତି। ସେମାନଙ୍କୁ ୩୭୦ ସଂକଳ୍ପ ଆଗତ ହେବା ପୂର୍ବ ରାତିରୁ ହିଁ ଗୃହବନ୍ଦୀ କରାଯାଇଥିଲା।
ତେବେ କିଛି ବିରୋଧୀ ପୂର୍ବରୁ ଅଭିଯୋଗ କରୁଥିଲେ ଫାରୁକ୍ ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ଗୃହରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଥିଲେ, ନା ସେ (ଫାରୁକ) ଗିରଫ ହୋଇଛନ୍ତି ନା ତାଙ୍କୁ ଅଟକ ରଖାଯାଇଛି। ସେ ତାଙ୍କ ଘରେ ତାଙ୍କ ଇଚ୍ଛାରେ ଅଛନ୍ତି।"
କିନ୍ତୁ ଶାହଙ୍କ ଏହି ଦାବିକୁ ମିଛ ବୋଲି କହିଛନ୍ତି ଫାରୁକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।