'ରାହୁଲ ଏବଂ ଫାରୁକ୍ ଗୋଟିଏ କଏନର ଦୁଇଟି ପାର୍ଶ୍ୱ'

ନୂଆଦିଲ୍ଲୀ: ନ୍ୟାଶନାଲ କନଫେରସ ଦଳର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ଧାରା ୩୭୦ ମନ୍ତବ୍ୟକୁ ବିଜେପି କଡ଼ା ନିନ୍ଦା କରିଛି। ଜଣେ ସାଂସଦ ଭାବରେ ଏଭଳି କହିବା ଶୋଭା ଦେଉନି। ଭାରତରେ ରହି ଚାଇନା ଓ ପାକିସ୍ତାନ ପାଇଁ ଓକିଲାତି କରିବା ଅପେକ୍ଷା ଯଦି ସେଠି ଭଲ ଲାଗୁଛି ତାହେଲେ ଯାଇପାରନ୍ତି ବୋଲି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି। ଫାରୁକଙ୍କ ମନ୍ତବ୍ୟ ଦେଶଦ୍ରୋହ ସହିତ ସମାନ। ଏଭଳି ପ୍ରତିକ୍ରିୟା ଦେଇ ଫାରୁକ ଦେଶରେ ଚାଇନାର ବିସ୍ତାରବାଦୀ ଚିନ୍ତାଧାରାକୁ […]

farooq-abdullah-rahul-gandhi

Subhransu Sekhar
  • Published: Monday, 12 October 2020
  • , Updated: 12 October 2020, 10:15 PM IST

ନୂଆଦିଲ୍ଲୀ: ନ୍ୟାଶନାଲ କନଫେରସ ଦଳର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ଧାରା ୩୭୦ ମନ୍ତବ୍ୟକୁ ବିଜେପି କଡ଼ା ନିନ୍ଦା କରିଛି। ଜଣେ ସାଂସଦ ଭାବରେ ଏଭଳି କହିବା ଶୋଭା ଦେଉନି। ଭାରତରେ ରହି ଚାଇନା ଓ ପାକିସ୍ତାନ ପାଇଁ ଓକିଲାତି କରିବା ଅପେକ୍ଷା ଯଦି ସେଠି ଭଲ ଲାଗୁଛି ତାହେଲେ ଯାଇପାରନ୍ତି ବୋଲି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି। ଫାରୁକଙ୍କ ମନ୍ତବ୍ୟ ଦେଶଦ୍ରୋହ ସହିତ ସମାନ। ଏଭଳି ପ୍ରତିକ୍ରିୟା ଦେଇ ଫାରୁକ ଦେଶରେ ଚାଇନାର ବିସ୍ତାରବାଦୀ ଚିନ୍ତାଧାରାକୁ ଉସକାଉଛନ୍ତି ବୋଲି ସମ୍ୱିତ କହିଥିଲେ। ଏମିତିକି ପ୍ରେସ କନଫରେନସ ବେଳେ ଫାରୁକ ଗାନ୍ଧୀ ଓ ରାହୁଲ ଅବଦୁଲ୍ଲା ବୋଲି କହିଥିଲେ ସମ୍ୱିତ ପାତ୍ର।

ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଫାରୁକଙ୍କ ମନ୍ତବ୍ୟକୁ ଯୋଡି ସମ୍ୱିତ ସମାଲୋଚନା କରିଛନ୍ତି। ରାହୁଲ ଏବଂ ଫାରୁକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ସମ୍ୱିତ ପାତ୍ର କହିଛନ୍ତି।

ଗତକାଲି ଶ୍ରୀନଗର ସାଂସଦ କହିଥିଲେ ଯେ ଆଗାମୀ ଦିନରେ ଚାଇନା ସମର୍ଥନରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ କରିବୁ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଚାଇନା ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ପରିଣାମ ଏଲଏସିରେ ଦେଖିବାକୁ ମିଳିଛି ଫାରୁକ୍ କହିଥିଲେ।

ପାକିସ୍ତାନ ସପକ୍ଷରେ ପ୍ରତିକ୍ରିୟା ଦେଇ ବିବାଦରେ ରହୁଥିବା ଶ୍ରୀନଗର ସାଂସଦ ଖୋଲାଖୋଲି ଚାଇନା ପ୍ରତି ନିଜର ନରମ ମନୋଭାବ ଦେଖାଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ସେ ଓ ଜମ୍ମୁ କଶ୍ମୀରବାସୀ ଏଯାବତ ଗ୍ରହଣ କରିନାହାନ୍ତି ବୋଲି ଫାରୁକ୍ କହିଥିଲେ।

ଚାଇନାର ପ୍ରଶଂସକ ଫାରୁକ କହିଥିଲେ, ସେ କେବେ ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ଭାରତକୁ ଆମନ୍ତ୍ରଣ କରି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଶ୍ରୀନଗରର ସାଂସଦ ହେଲେ ଏଯାବତ ସଂସଦରେ ଶ୍ରୀନଗରବାସୀଙ୍କ କଥା କହିବାକୁ ସୁଯୋଗ ଦିଆଯାଉନି ବୋଲି ଫାରୁକ୍ କହିଥିଲେ।

Related story