ସାଂଘାତିକ ଅଭିଯୋଗ ଆଣିଲେ ଶେହଲା ରସିଦଙ୍କ ବାପା, କହିଲେ-ମୋ ଝିଅ ଦେଶଦ୍ରୋହୀ

ଶ୍ରୀନଗର: ଜେଏନୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅବଦୁଲ ରସିଦ ଶୋରା। ସେ ନିଜ ଝିଅ ଶେହଲାଙ୍କୁ ଦେଶଦ୍ରାହୀ ବୋଲି କହିବା ସହ ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପିଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଶେହଲାଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଓ ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଇ ଦେଉ ବୋଲି ଚିଠିରେ ନିବେଦନ କରିଛନ୍ତି। ସେ କହିଛନ୍ତି, “ମୋ ଝିଅ ଶେହଲା ରସିଦ […]

s

Hemant Lenka
  • Published: Monday, 30 November 2020
  • , Updated: 30 November 2020, 09:40 PM IST

ଶ୍ରୀନଗର: ଜେଏନୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅବଦୁଲ ରସିଦ ଶୋରା। ସେ ନିଜ ଝିଅ ଶେହଲାଙ୍କୁ ଦେଶଦ୍ରାହୀ ବୋଲି କହିବା ସହ ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପିଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଶେହଲାଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଓ ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଇ ଦେଉ ବୋଲି ଚିଠିରେ ନିବେଦନ କରିଛନ୍ତି।

ସେ କହିଛନ୍ତି, “ମୋ ଝିଅ ଶେହଲା ରସିଦ ଶୋରା ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ତା’ ଠାରୁ ମୋ ଜୀବନ ପ୍ରତି ବିପଦ ରହିଛି। ଏହି କାର୍ଯ୍ୟରେ ତା’କୁ ମୋର ଅନ୍ୟତମ ଝିଅ ଅସମା ରସିଦ ଓ ପତ୍ନୀ ଜୁବାଇଦି ଓ ଶେହଲାର ବ୍ୟକ୍ତିଗତ ସୁରକ୍ଷାକର୍ମୀ ସକିବ ଅହମଦ ସହଯୋଗ କରୁଛନ୍ତି।

୨୦୧୭ରୁ ହିଁ ସେମାନଙ୍କ ଠାରୁ ମୋ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା। ଏହି ସମୟରେ ଶେହଲା ହଠାତ୍ ଜମ୍ମୁ-କଶ୍ମୀର ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ ସେ ନ୍ୟାଶନାଲ କନଫରେନ୍ସ ଓ ପରେ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟ ଦଳରେ ଯୋଗଦେଇଛି। ସେ ଜମ୍ମୁ-କଶ୍ମୀର ରାଜନୀତିରେ ପ୍ରବେଶ କରିବ ନାହିଁ ବୋଲି ମୋତେ କଥା ଦେଇଥିଲେ। ତଥାପି ସେ ରାଜନୀତିରେ ପ୍ରବେଶ କରିବାରୁ ମୁଁ ସ୍ତବ୍ଧ ହୋଇଯାଇଥିଲି।

ଟେରର ଫଣ୍ଡିଂ ମାମଲାରେ ଜହୁରି ଭାଟାଲି ଗିରଫ ହେବାର ଦୁଇ ମାସ ପୂର୍ବରୁ ସେ ଓ ରସୀଦ ଇଞ୍ଜିନିୟର ମୋତେ ଦେଖା କରିବାକୁ ଶ୍ରୀନଗରର ସାନ୍ତ ନଗର ସ୍ଥିତ ଭାଟାଲିର ଘରକୁ ଡାକିଥିଲେ। ଏହି ସମୟରେ ସେମାନେ ମୋତେ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟ ଦଳ ଲଞ୍ଚ କରିବାକୁ ଯାଉଥିବା କହିଥିଲେ ଓ ଏହାର ଟେଲର ମଧ୍ୟ ଦେଖାଇଥିଲେ।

ସେମାନେ ଶେହଲାକୁ ତାଙ୍କ ଦଳରେ ସାମିଲ କରିବାକୁ ଚାହୁଁଥିବା ମୋତେ କହିଥିଲେ ଓ ୩୦୦ କୋଟି ଟଙ୍କା ଅଫର କରିଥିଲେ। ତେବେ ମୁଁ ଜାଣିବାକୁ ପାଇଥିଲି ଯେ ଏହି ଟଙ୍କା ବେଆଇନ ଭାବେ ଆସିଛି ଓ ଏହାକୁ ଦେଶ ବିରୋଧୀ କାମରେ ଖର୍ଚ୍ଚ କରାଯାଉଛି। ତେଣୁ ମୁଁ ଶେହଲାକୁ ଏଥିରେ ସାମିଲ ନ ହେବାକୁ କହିଥିଲି।

ମୋ ବାରଣ ସତ୍ତ୍ୱେ ମୋ ଝିଅ ଅସମା ରସିଦ ଓ ପତ୍ନୀ ଜୁବାଇଦି ଓ ଶେହଲାର ବ୍ୟକ୍ତିଗତ ସୁରକ୍ଷାକର୍ମୀ ସକିବ ଅହମଦ ଏହି ଡିଲ୍‌ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେମାନେ ଶେହଲାକୁ ଏଥିରେ ସାମିଲ ହେବାକୁ ମଧ୍ୟ କହିଥିଲେ। ଗୋଟିଏ ସପ୍ତାହ ପରେ ଶେହଲା ଦିଲ୍ଲୀରୁ ଆସିଥିଲା ଓ ଟଙ୍କାର କ୍ୟାଶ ଆକାରରେ ତା’ ପାଖରେ ପହଞ୍ଚିଥିବା କହିଥିଲା।

ଏଥିସହ ପୂରା ଡିଲ୍‌ ବାବଦରେ କାହା ଆଗରେ ମୁହଁ ନ ଖୋଲିବାକୁ ଧମକ ମଧ୍ୟ ଦେଇଥିଲା। ଏହାଦ୍ୱାରା ମୋ ଜୀବନ ପ୍ରତି ବିପଦ ଥିବା ସେ ମୋତେ ସତର୍କ କରାଇଥିଲା। ମୁଁ ମୁହଁ ବନ୍ଦ କରି ରଖିଲେ, ଆଗକୁ ଏମିତି ଅନେକ ଟଙ୍କା ଆସିବ ବୋଲି ବି ସେ କହିଥିଲା। ଜଣେ ବାପା ହିସାବରେ ମୁଁ ଏହାକୁ ଦୃଢ଼ ବିରୋଧ କରିଥିଲି। ମୁଁ ଭଲ ଭାବେ ଜାଣିଥିଲି ଯେ ମୋ ଘରେ ଦେଶ ବିରୋଧୀ କାମରେ ଥିବା ଲୋକ ରହୁଛନ୍ତି।

ମୁଁ ଏହାକୁ ବିରୋଧ କରିବାରୁ ଶେହଲା, ଅସମା ରସିଦ ଓ ପତ୍ନୀ ଜୁବାଇଦି ଓ ଶେହଲାର ବ୍ୟକ୍ତିଗତ ସୁରକ୍ଷାକର୍ମୀ ସକିବ ଅହମଦ ମୋତେ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ତଥାପି ନିୟମିତ ଭାବେ ଏହାକୁ ବିରୋଧ କରି ଚାଲିଛି। ଏହି କାରଣରୁ ସେମାନେ ମୋ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣି ମୋତେ ମୋ ଘରୁ ବାହାର କରିବାକୁ ଷଡ଼ଯନ୍ତ୍ର କରିଛନ୍ତି।

ଏବେ ବି ମୋ ଜୀବନ ପ୍ରତି ବିପଦ ଅଧିକ ବଢ଼ିଥିବାରୁ ମୁଁ ଡିଜିପିଙ୍କୁ ଅନୁରୋଧ କରୁଛି କି ସେ ମୋତେ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଅନ୍ତୁ।” ଅନ୍ୟପକ୍ଷରେ ଶେହଲା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଘରୋଇ ହିଂସା ମାମଲାର ବଦଲା ନେବାକୁ ଅବଦୁଲ ଏଭଳି ବୟାନ ଦେଇଛନ୍ତି ବୋଲି କହିଛନ୍ତି।

Related story