ଧର୍ମାନ୍ତରୀକରଣରେ ସମ୍ପୃକ୍ତ ଏନ୍‌ଜିଓଙ୍କୁ ସରକାରୀ ଛାଟ

ନୂଆଦିଲ୍ଲୀ: ବିଦେଶୀ ଫଣ୍ଡିଂ ଗ୍ରହଣ କରୁଥିବା ଏନ୍‌ଜିଓଗୁଡ଼ିକର କର୍ମକର୍ତ୍ତା, ଅଧିକାରୀ ଏବଂ ସଦସ୍ୟମାନଙ୍କୁ ସରକାରଙ୍କ ନିକଟରେ ଧର୍ମାନ୍ତରୀକରଣରେ ସେମାନଙ୍କ ସମ୍ପୃକ୍ତି ନେଇ ମାମଲା ଚାଲିଛି କି ନା ଘୋଷଣା କରିବାକୁ ହେବ। ଏପରିକି ସେମାନେ ଯଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାହା ମଧ୍ୟ କହିବାକୁ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ନିର୍ଦ୍ଦେଶ ଜାରି କରିଛି। ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରୁଲ୍ସ, ୨୦୧୧ରେ ପରିବର୍ତ୍ତନ ଅଣାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ବିଷୟରେ ଦର୍ଶାଯାଇଛି। ଏହି ପରିବର୍ତ୍ତନ […]

home

Subrat Kumar Nayak
  • Published: Tuesday, 17 September 2019
  • , Updated: 17 September 2019, 04:22 PM IST

ନୂଆଦିଲ୍ଲୀ: ବିଦେଶୀ ଫଣ୍ଡିଂ ଗ୍ରହଣ କରୁଥିବା ଏନ୍‌ଜିଓଗୁଡ଼ିକର କର୍ମକର୍ତ୍ତା, ଅଧିକାରୀ ଏବଂ ସଦସ୍ୟମାନଙ୍କୁ ସରକାରଙ୍କ ନିକଟରେ ଧର୍ମାନ୍ତରୀକରଣରେ ସେମାନଙ୍କ ସମ୍ପୃକ୍ତି ନେଇ ମାମଲା ଚାଲିଛି କି ନା ଘୋଷଣା କରିବାକୁ ହେବ। ଏପରିକି ସେମାନେ ଯଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାହା ମଧ୍ୟ କହିବାକୁ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ନିର୍ଦ୍ଦେଶ ଜାରି କରିଛି।

ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରୁଲ୍ସ, ୨୦୧୧ରେ ପରିବର୍ତ୍ତନ ଅଣାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ବିଷୟରେ ଦର୍ଶାଯାଇଛି। ଏହି ପରିବର୍ତ୍ତନ ଅନୁଯାୟୀ, ଏନ୍‌ଜିଓ ସହ ଜଡ଼ିତ ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କୁ ସ୍ପଷ୍ଟୀକରଣ ଦେବାକୁ ହେବ ଯେ, କୌଣସି ଧର୍ମାନ୍ତରୀକରଣ ପାଇଁ ତାଙ୍କ ନାମରେ ମୋକଦ୍ଦମା ଦାୟର ହୋଇନି, ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି, ସେ କାହାର ଧର୍ମ ପରିବର୍ତ୍ତନ କରି ଧାର୍ମିକ ହିଂସା ଏବଂ ଅସ୍ଥିରତା ସୃଷ୍ଟି କରିନାହାନ୍ତି।

ପୂର୍ବରୁ କେବଳ ଆବେଦନକାରୀଙ୍କୁ ବା ନିର୍ଦ୍ଦେଶକଙ୍କୁ ଏହି ଘୋଷଣା କରିବାକୁ ପଡ଼ୁଥିଲା। ବର୍ତ୍ତମାନ ସମସ୍ତ ସଦସ୍ୟଙ୍କୁ ସତ୍ୟପାଠ ଯୋଗେ ଏହା ଘୋଷଣା କରିବାକୁ ହେବ। ସେମାନଙ୍କୁ ସ୍ପଷ୍ଟୀକରଣ ଦେବାକୁ ହେବ ସେମାନେ ବିଦେଶୀ ନିବେଶରେ ଦେଶ ବିରୋଧୀ କାମକୁ ପ୍ରୋତ୍ସାହନ ଦେଉନାହାନ୍ତି ଏବଂ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ବିଦେଶୀ ଫଣ୍ଡିଂ ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ଏପରିକି ୧୮ ହଜାରଟି ଏନ୍‌ଜିଓଗୁଡ଼ିକଠାରୁ ଫଣ୍ଡିଂ ଗ୍ରହଣ କରିବା ଅନୁମତି ପ୍ରତ୍ୟାହାର କରାଯାଇଛି।

Related story