୧.୬ ଲକ୍ଷ କୋଟିର ରେଳ ବଜେଟ
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରେଳ ଭିତ୍ତିଭୂମି ବିକାଶ ପାଇଁ ୧.୬ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ମୋଦି ସରକାରଙ୍କ ଶାସନ କାଳରେ ଏହା ଏକ ରେକର୍ଡ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧.୪୮ ଲକ୍ଷ କୋଟି ଟଙ୍କା ଥିଲା। ଆସନ୍ତାବର୍ଷ ଦେଶରେ ୩୬ ହଜାର କିଲୋମିଟର ରେଳ ଧାରଣାର ନବୀକରଣ କରାଯିବ। ସେହିପରି ଦୁଇବର୍ଷ ମଧ୍ୟରେ ୪୨୬୭ଟି ଜଗୁଆଳି ବିହୀନ ଫାଟକ ଉଚ୍ଛେଦ କରାଯିବ ବୋଲି ଗୋୟଲ ଘୋଷଣା […]
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରେଳ ଭିତ୍ତିଭୂମି ବିକାଶ ପାଇଁ ୧.୬ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ମୋଦି ସରକାରଙ୍କ ଶାସନ କାଳରେ ଏହା ଏକ ରେକର୍ଡ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧.୪୮ ଲକ୍ଷ କୋଟି ଟଙ୍କା ଥିଲା।
ଆସନ୍ତାବର୍ଷ ଦେଶରେ ୩୬ ହଜାର କିଲୋମିଟର ରେଳ ଧାରଣାର ନବୀକରଣ କରାଯିବ। ସେହିପରି ଦୁଇବର୍ଷ ମଧ୍ୟରେ ୪୨୬୭ଟି ଜଗୁଆଳି ବିହୀନ ଫାଟକ ଉଚ୍ଛେଦ କରାଯିବ ବୋଲି ଗୋୟଲ ଘୋଷଣା କରିଛନ୍ତି।