ବିଏସ୍‌ଏଫ୍‌ ଯବାନଙ୍କୁ ହତ୍ୟା ନେଇ ବାଂଲାଦେଶ ସେନା ନାମରେ ଏଫ୍‌ଆଇଆର

କୋଲକାତା: ଗତ କିଛି ଦିନ ତଳେ ଫ୍ଲାଗମିଟିଂ ସମୟରେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ଗୁଳି କରି ହତ୍ୟା ଘଟଣାରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ନାମରେ ଏଫ୍‌ଆଇଆର ରୁଜୁ ହୋଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗୁରୁବାର ଜଣେ ବିଜିବି ଯବାନ ଏକେ ୪୭ ଯୋଗେ ଭାରତୀୟ ବିଏସ୍‌ଏଫ୍‌ ଉପରକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଅନ୍ତର୍ଜାତୀୟ ସୀମାରେ ଏଭଳି ଘଟଣା ଘଟିଥିଲା। ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ବିଜୟ […]

bsf

bsf

Subrat Kumar Nayak
  • Published: Saturday, 19 October 2019
  • Updated: 19 October 2019, 05:52 PM IST

Sports

Latest News

କୋଲକାତା: ଗତ କିଛି ଦିନ ତଳେ ଫ୍ଲାଗମିଟିଂ ସମୟରେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ଗୁଳି କରି ହତ୍ୟା ଘଟଣାରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ନାମରେ ଏଫ୍‌ଆଇଆର ରୁଜୁ ହୋଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଗୁରୁବାର ଜଣେ ବିଜିବି ଯବାନ ଏକେ ୪୭ ଯୋଗେ ଭାରତୀୟ ବିଏସ୍‌ଏଫ୍‌ ଉପରକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଅନ୍ତର୍ଜାତୀୟ ସୀମାରେ ଏଭଳି ଘଟଣା ଘଟିଥିଲା। ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ବିଜୟ ବାହନ୍‌ ସିଂହ ଏଥିରେ ସହିଦ୍‌ ହୋଇଥିଲେ ଏବଂ ରାଜୀବ ଯାଦବ ଗୁରୁତର ଆହତ ହୋଇଥିଲେ।

ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ଜଡ଼ିତ ଏକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁର୍ଶିଦାବାଦର ପଦ୍ମା ନଦୀ କୂଳରେ ଏହି ଫ୍ଲାଗ୍‌ ମିଟିଂ ହୋଇଥିଲା। ସୂଚନାଯୋଗ୍ୟ ଯେ ୩ ଜଣ ମତ୍ସ୍ୟଜୀବୀଙ୍କୁ ବିଜିବି ଗିରଫ କରିଥିଲେ ମଧ୍ୟ ୨ ଜଣଙ୍କୁ ଛାଡ଼ି ଦେଇ ଜଣଙ୍କୁ ଅଟକ ରଖିଥିଲେ। ଏହାପରେ ସୂଚନା ପାଇ ଭାରତର ବିଏସ୍‌ଏଫ୍‌ ଯବାନ ଆଲୋଚନା ପାଇଁ ଯାଇଥିଲେ। ମତ୍ସ୍ୟଜୀବୀଙ୍କୁ ମୁକୁଳାଇବାକୁ ଯାଇ ବିଏସ୍‌ଏଫ୍‌ ଯବାନ ଏଭଳି ଘଟଣାର ସାମ୍ନା କରିଥିଲେ। ତେବେ ବର୍ତ୍ତମାନ ମଧ୍ୟ ମତ୍ସ୍ୟଜୀବୀ ପ୍ରଣବ ମଣ୍ଡଳ ବାଂଲାଦେଶ ପୁଲିସ୍‌ ହେପାଜତରେ ଅଛନ୍ତି।

ମୁର୍ଶିଦାବାଦର ଏସ୍‌ପି ମୁକେଶ କୁମାର କହିଛନ୍ତି, ଆମେ ବିଏସ୍‌ଏଫ୍‌ରୁ ଏ ବିଷୟରେ ଅଭିଯୋଗ ଆସିଥିଲା। ବିଜିବି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶ ସେନା ପକ୍ଷରୁ ନିଜ ସପକ୍ଷରେ ଓକିଲାତି କରି କୁହାଯାଇଛି ଆତ୍ମରକ୍ଷା ପାଇଁ ଗୁଳି ଚଲାଯାଇଥିଲା। ଭାରତ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଗୋଟିଏ ବି ଗୁଳି ଚଲାଯାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos