ହନିପ୍ରୀତଙ୍କ ବିରୋଧରେ ମାମଲା ରୁଜୁକଲା ପୋଲିସ

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ଆଶ୍ରମ ମୁଖ୍ୟ ରାମରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ବିରୋଧରେ ରୁଜୁ ହେଲା ମାମଲା ।   ପଞ୍ଚକୁଲାର ସେର ୫ ପୋଲିସ ଷ୍ଟେସନରେ ହନିପ୍ରୀତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।   ହରିୟାଣା ପଞ୍ଚକୁଲାରେ ଗୁରମିତ୍ ରାମ ରହିମ ସିଂହଙ୍କ ଶୁଣାଣି ଚାଲିଥିବାବେଳେ ହିଂସାକାଣ୍ଡ ଉସୁକାଇବା ଅଭିଯୋଗରେ ମାମଲା ହୋଇଛି।   ହନିପ୍ରୀତ ବର୍ତ୍ତମାନ ଏହି ମାମଲାରେ ଜଣେ ଅନ୍ୟତମ ଅଭିଯୁକ୍ତ।   ଏହା ପୂର୍ବରୁ ଡେରା ସଚ୍ଚା ସୌଦାର କର୍ମକର୍ତ୍ତା ଆଦିତ୍ୟ ଇନସାନ ଏବଂ ସୁରିନ୍ଦର ଧିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ହନିପ୍ରୀତକୁ ଧରିବାକୁ ପ୍ରୟାସ ଚଳାଇଛି ହରିୟାଣା ପୋଲିସ।   ହନିପ୍ରୀତ ନେପାଳ ଚାଲିଯାଇଥିବା ସୂଚନା ମିଳିଛି।   ହନିପ୍ରୀତ ଏବଂ ଆଦିତ୍ୟ ଇନସାନଙ୍କ ବିରୋଧରେ ପୂର୍ବରୁ ଲୁକ୍ଆଉଟ୍ ନୋଟିସ ଜାରି କରିଥିଲା ପୋଲିସ।   ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ହେଲିକପ୍ଟରରେ  ରାମ ରହିମଙ୍କ ସହ ରୋହତକ ଜେଲ ପର୍ଯ୍ୟନ୍ତ ଆସିଥିଲେ ହନିପ୍ରୀତ।  ଏହାପରଠାରୁ ହନିପ୍ରୀତ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।

 

ଆହୁରି ପଢ଼ନ୍ତୁ

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ

ଭୂକମ୍ପରେ ଥରିଲା ରାଜଧାନୀ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ କରୋନାରେ ସଂକ୍ରମିତ

ମୋଦିଙ୍କ ବିସ୍ତାରବାଦ ବୟାନର ଜବାବ ଦେଲା ଚାଇନା

ବସ୍‌ ଉପରେ ମାଡ଼ିଗଲା ଟ୍ରେନ, ୨୯ ମୃତକଙ୍କ ମଧ୍ୟରେ ୧୫ ଶିଖ

ମୋଦିଙ୍କ ଗର୍ଜନ ପରେ ଚାଇନାର ନୂଆ ପରାମର୍ଶ

ଆର୍ମି ହସ୍ପିଟାଲରେ ମୋଦି, ଚାଇନା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ

ବସ ଉପରେ ମାଡ଼ି ଗଲା ଟ୍ରେନ୍, ଚାଲିଗଲା ୧୯ ଜୀବନ