ଜୁନ୍‌ ୧୭ରୁ ଏନ୍‌ଡିଏ-୨ର ପ୍ରଥମ ଅଧିବେଶନ, ଆସିବ ବଜେଟ୍‌

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ହାସଲ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆଜିଠାରୁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛି। ତେବେ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହେବ। ୧୭ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍‌ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍‌ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]

wa

Hemant Lenka
  • Published: Friday, 31 May 2019
  • , Updated: 31 May 2019, 08:07 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ହାସଲ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆଜିଠାରୁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛି। ତେବେ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହେବ। ୧୭ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍‌ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍‌ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ।

ଏହା ପୂର୍ବରୁ ଅର୍ଥାତ ଜୁନ୍‌ ୧୯ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ଅସ୍ଥାୟୀ ବାଚସ୍ପତି ହୋଇଥିବା ମାନେକା ଗାନ୍ଧି ଆସନ୍ତା ଗୁରୁବାର ଦିନ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ବାଚସ୍ପତି ନିର୍ବାଚିତ ହେବା ପରେ ଉଭୟ ସଦନରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିବେ।

ନରେନ୍ଦ୍ର ମୋଦି ପ୍ରଥମ ବିଜେପି ନେତା ଭାବେ କ୍ରମାଗତ ଦ୍ୱିତୀୟଥର ପାଇଁ ସରକାର ଗଠନ କରିଛନ୍ତି। ଏହାପୂର୍ବରୁ କଂଗ୍ରେସର ଜବାହର ଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ମନମୋହନ ସିଂହ କ୍ରମାଗତ ଦୁଇ ଥର ସରକାର ଗଠନ କରିଥିଲେ।

Related story