୨୦୧୯ ଲୋକସଭା ପାଇଁ ପ୍ରଥମ ଭୋଟ୍‌ ଦେଲେ ଯବାନ

ଲୋଥିପୁର: ଶୁକ୍ରବାର ଅରୁଣାଚଳ ପ୍ରଦେଶଠାରେ ଇଣ୍ଡୋ ତିବ୍ବତୀୟାନ୍‌ ବର୍ଡର ପୁଲିସ୍‌ର ଯବାନ ‘ସର୍ଭିସ୍‌ ଭୋଟର’ ଭାବରେ ୨୦୧୯ ଲୋକସଭା ପାଇଁ ପ୍ରଥମ କରି ଭୋଟ୍‌ ଦେଇଛନ୍ତି। ଆଜି ଆଇଟିବିପିର ସ୍ଥାନୀୟ ଏକ ଟ୍ରେନିଂ ସ୍କୁଲଠାରେ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଇଛି। ଆଉ ବରିଷ୍ଠ ପୁଲିସ୍‌ ଅଧିକାରୀ ସୁଧାକର ନଟରାଜନ୍‌ ଚଳିତ ବର୍ଷର ସର୍ବପ୍ରଥମ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ୩୦ ଜଣିଆ ୟୁନିଟ୍‌ ଥିବା ଏହି ସ୍କୁଲ ବ୍ୟତୀତ ଏହି ରାଜ୍ୟରେ […]

police

Subrat Kumar Nayak
  • Published: Saturday, 06 April 2019
  • , Updated: 06 April 2019, 05:44 PM IST

ଲୋଥିପୁର: ଶୁକ୍ରବାର ଅରୁଣାଚଳ ପ୍ରଦେଶଠାରେ ଇଣ୍ଡୋ ତିବ୍ବତୀୟାନ୍‌ ବର୍ଡର ପୁଲିସ୍‌ର ଯବାନ ‘ସର୍ଭିସ୍‌ ଭୋଟର’ ଭାବରେ ୨୦୧୯ ଲୋକସଭା ପାଇଁ ପ୍ରଥମ କରି ଭୋଟ୍‌ ଦେଇଛନ୍ତି। ଆଜି ଆଇଟିବିପିର ସ୍ଥାନୀୟ ଏକ ଟ୍ରେନିଂ ସ୍କୁଲଠାରେ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଇଛି। ଆଉ ବରିଷ୍ଠ ପୁଲିସ୍‌ ଅଧିକାରୀ ସୁଧାକର ନଟରାଜନ୍‌ ଚଳିତ ବର୍ଷର ସର୍ବପ୍ରଥମ ଭୋଟ୍‌ ଦେଇଥିବା ସୂଚନା ମିଳିଛି।

୩୦ ଜଣିଆ ୟୁନିଟ୍‌ ଥିବା ଏହି ସ୍କୁଲ ବ୍ୟତୀତ ଏହି ରାଜ୍ୟରେ ନିଯୁକ୍ତ ଅନ୍ୟ ଆଇଟିବିପି ୟୁନିଟ୍‌ ମଧ୍ୟ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ମତଦାନ କରିଛନ୍ତି। ସର୍ବମୋଟ ୫୦୦୦ ଅଧିକାରୀ ଆଜି ବିଭିନ୍ନ ସ୍ଥାନରେ ଭୋଟ୍ ଦେଇଛନ୍ତି ଏବଂ ସେଥିମଧ୍ୟରୁ କେବଳ ଆଇଟିବିପିରୁ ୧ ହଜାର ଭୋଟଦାନ କରାଯାଇଥିବା ଜଣାପଡ଼ିଛି।

ଉତ୍ତରାଖଣ୍ଡ, ଗୁଜରାଟ, ବେଙ୍ଗାଲୁରୁ, ବିହାର, ରାଜସ୍ଥାନ, ହରିଆଣା, ଉତ୍ତରପ୍ରଦେଶ ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଏଭଳି ବ୍ୟାଲଟ୍‌ ପେପର ପଠାଯାଇଛି। ଚଳିତ ବର୍ଷ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ମତଦାତାଙ୍କୁ ସାମିଲ କରିବାପାଇଁ ନିର୍ବାଚନ କମିଶନ୍‌ ବିଭିନ୍ନ ଉପାୟରେ ଜନସଚେତନତା ସୃଷ୍ଟି କରାଉଛନ୍ତି। ଇଲେକ୍ଟ୍ରୋନିକ୍‌, ପ୍ରିଣ୍ଟ ଏବଂ ସୋଶାଲ ମିଡିଆ ଆଦିରେ ଲୋକଙ୍କୁ ବିଭିନ୍ନ ତଥ୍ୟ ଓ ଆହ୍ଵାନ ଦିଆଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ସର୍ଭିସ୍‌ ଭୋଟର ନିଜର ମତ ରଖିପାରିଛନ୍ତି।

ସୂଚନାଯୋଗ୍ୟ ଯେ, ନିଯୁକ୍ତି କାରଣରୁ ଜନ୍ମସ୍ଥାନରୁ ଦୂରଦୂରାନ୍ତରେ ଥିବା ଲୋକମାନଙ୍କର ମତଦାନର ଅଧିକାର ରହିଛି ଦର୍ଶାଇ ସେମାନଙ୍କୁ ଏପରି ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି। ସେମାନେ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ପଠାଇପାରୁଛନ୍ତି, ନଚେତ୍‌ ତାଙ୍କ ଦ୍ୱାରା ନିଯୁକ୍ତ ବା ଅନୁମୋଦିତ ପ୍ରତିନିଧିଙ୍କୁ ଭୋଟ୍‌ଦାନର ଅଧିକାର ପ୍ରଦାନ କରିପାରୁଛନ୍ତି। ଚଳିତ ବର୍ଷ ୧୭ତମ ଲୋକସଭା ନିର୍ବାଚନରେ ସାଧାରଣ ଲୋକଙ୍କ ପାଇଁ ଭୋଟ୍‌ ଗ୍ରହଣ ଆସନ୍ତା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ମେ ୨୩ରେ ଭୋଟ୍‌ ଗଣନା କରାଯିବ।

Related story