ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥନୀତି ବ୍ୟାପାର ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଓଡ଼ିଆ ଭାବେ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ହୋଇଥିବା ୬୩ ବର୍ଷୀୟ ଶକ୍ତିକାନ୍ତଙ୍କ କ୍ୟାରିୟର୍ ସମ୍ପର୍କରେ ଆସନ୍ତୁ ଜାଣିବା ୫ଟି ଉଲ୍ଲେଖନୀୟ ତଥ୍ୟ।
୧. ୧୯୮୦ ବ୍ୟାଚ୍ ତାମିଲ୍ନାଡ଼ୁ କ୍ୟାଡର୍ର ଏହି ଆଇଏଏସ୍ ଅଫିସର୍ ୨୦୧୭ରେ ଦେଶର ଅର୍ଥନୀତି ବ୍ୟାପାର ସଚିବ ଭାବେ ଅବସର ନେଇଥିଲେ। ସେ ଏହି ପଦରେ ୩ ବର୍ଷ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ତାମିଲ୍ନାଡ଼ୁର ଡିଣ୍ଡିଗଲ୍ ଏବଂ କାଂଚିପୁରମ୍ ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିଥିବା ଶକ୍ତିକାନ୍ତ ପରେ ସେଠାକାର ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ରାଜସ୍ୱ ବିଭାଗର ସ୍ୱତନ୍ତ୍ର କମିଶନର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। .
୨. ଦେଶର ଜଣେ ଅଭିଜ୍ଞ ବ୍ୟୁରୋକ୍ରାଟ୍ ଭାବେ ଜଣାଶୁଣା ଶକ୍ତିକାନ୍ତ କେନ୍ଦ୍ରରେ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତୃତ୍ୱାଧୀନ ସରକାରର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରରେ ରେଭିନ୍ୟୁ ଏବଂ ଫର୍ଟିଲାଇଜର୍ ସେକ୍ରେଟାରୀ ଭାବେ ମଧ୍ୟ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।
୩. ପଞ୍ଚଦଶ ଅର୍ଥ କମିଶନ୍ରେ ସଦସ୍ୟ ଭାବେ କାମ କରୁଥିବାବେଳେ ଶକ୍ତିକାନ୍ତ ଦାସ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତିଭିତ୍ତିକ ସମ୍ପର୍କ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜିଏସ୍ଟି ଭଳୁ ଭଳି ଦେଶରେ ଏକକ ଟିକସର ପ୍ରଚଳନରେ ତାଙ୍କର ଉଲ୍ଲେଖନୀୟ ଭୂମିକା ମଧ୍ୟ ରହିଛି।
୫. ପ୍ରଥମେ ରାଜସ୍ୱ ବିଭାଗର ନେତୃତ୍ୱ ନେବା ପାଇଁ ଅର୍ଥ ମନ୍ତ୍ରାଳୟକୁ ଆସିଥିବା ଶକ୍ତିକାନ୍ତ ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି ବ୍ୟାପାରକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି ଅର୍ଥନୀତି ବ୍ୟାପାରରେ କାର୍ଯ୍ୟ କରୁଥିବାବେଳେ ସେ ୨୦୧୬ ବିମୁଦ୍ରାକରଣ ଅଭିଯାନରେ ସକ୍ରିୟ ସହୟତା କରିଥିଲେ।