ଶ୍ରୀନଗର: କାଶ୍ମୀରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ। ହାର୍ଡକୋର ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ଏହି ଅପରେସନର ମୂଳଲକ୍ଷ୍ୟ। ତେଣୁ ଆତଙ୍କବାଦୀଙ୍କୁ ଏବେ ଅଜଣା ଭୟ ଗ୍ରାସିଛି। ଏହି କ୍ରମରେ ଆଜି ସେନାକୁ ବଡ଼ ସଫଳତା ମିଳିଛି। ମାଛିଲ୍ ସେକ୍ଟରରେ ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ପୂର୍ବରୁ ରବିବାର ରାତିରେ ସମ୍ବୁରାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଆତଙ୍କବାଦୀ ଆହତ ଅବସ୍ଥାରେ ଖସି ଯାଇଥିଲେ। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ଗୋଟିଏ ଏକେ-୪୭ ଜବତ କରିଛନ୍ତି। ନିହତ ହୋଇଥିବା ଆତଙ୍କବାଦୀ ଅବୁ ଇସମାଇଲ ଗ୍ରୁପ୍ର ବୋଲି ସୂଚନା ମିଳିଛି। ଏହି ପୂରା ଅପରେସନ୍ରେ ପୋଲିସ୍, ସିଆରପିଏଫ୍ ଓ ୫୦ ଆରଆର ଯବାନ ସାମିଲ ହୋଇଥିଲେ।
କାଶ୍ମୀର ଘାଟି ଅଞ୍ଚଳରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରସେନ୍ ଅଲଆଉଟ ଆରମ୍ଭ ହୋଇଛି। କୁଖ୍ୟାତ ଆତଙ୍କବାଦୀଙ୍କ ପୂରା ଲିଷ୍ଟ ପ୍ରସ୍ତୁତ କରିଛି ସେନା। ଗତ ଏକମାସ ଧରି ଚାଲିଥିବା ଏହି ଅପରେସନ୍ରେ ସେନା ମାରିଛି ଶତକ। ଗତ ଏକମାସ ମଧ୍ୟରେ ୧୧୦ ଆତଙ୍କବାଦୀଙ୍କୁ ନିପାତ କରି ସାରିଲେଣି ଭାରତୀୟ ସେନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।