ଆତ୍ମସମର୍ପଣ କରିବାକୁ ରାଜି ହେଲେନି ଆସିଷ୍ଟାଣ୍ଟ ପ୍ରଫେସର; ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ସାଥୀଙ୍କ ସହ ନିହତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର।  ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ୫ଜଣ ଆତଙ୍କବାଦୀ ।  ସେମାନଙ୍କ ମଧ୍ୟରେ ଜଣେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଅନ୍ୟ ଜଣେ ଟପ୍ ହିଜବୁଲ କମାଣ୍ଡର ଅଛନ୍ତି।  ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କର ଆତଙ୍କବାଦୀ ନେତା ବୁରହାନ ୱାନି ସହ ସଂପର୍କ ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ […]

encounter

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 04:43 PM IST

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର।  ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ୫ଜଣ ଆତଙ୍କବାଦୀ ।  ସେମାନଙ୍କ ମଧ୍ୟରେ ଜଣେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଅନ୍ୟ ଜଣେ ଟପ୍ ହିଜବୁଲ କମାଣ୍ଡର ଅଛନ୍ତି।  ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କର ଆତଙ୍କବାଦୀ ନେତା ବୁରହାନ ୱାନି ସହ ସଂପର୍କ ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା।  କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।  ପାଲଟା ଆକ୍ରମଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।  ସିଆରପିଏଫ୍, ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଯବାନ ଓ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି।  ଗତକାଲି ଶ୍ରୀନଗରରେ ଏନକାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସହ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।

Related story