ନୂଆଦିଲ୍ଲୀ: କେରଳ ସମେତ ତିନୋଟି ରାଜ୍ୟ ଏବେ ବି ବନ୍ୟା ଘେରରେ ରହିଛନ୍ତି। କର୍ଣ୍ଟାଟକାରେ ସ୍ଥିତି ଏତେ ଗମ୍ଭୀର ନଥିବା ବେଳେ ମହାରାଷ୍ଟ୍ର ଏବଂ କେରଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ କେରଳରେ ଆଗାମୀ ଦୁଇ ତିନି ଦିନ ଆହୁରି ବର୍ଷା ହେବ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଲଗାଣ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ କେରଳରେ ଏଯାବତ୍ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ବନ୍ୟାରେ ଫସିଥିବା ସବୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ଆଜି କେରଳ ଓ୍ୱାଇନାଡ଼ର ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳ ଗସ୍ତରେ ଯିବେ ବୋଲି ସୂଚନା ରହିଛି।
ସେହପରି କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ଯାଏ ବନ୍ଦ ରଖାଯାଇଛି। ବିମାନବନ୍ଦରରେ ବନ୍ୟାଜଳ ପଶି ଯାଇଥିବାରୁ ବିମାନ ସେବା ବ୍ୟାହତ ହୋଇଛି।