ଗରିବ, ଚାଷୀ ଓ ଶ୍ରମିକଙ୍କ ପାଇଁ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଶ୍ରମିକ ଶ୍ରେଣୀ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଚାଷୀ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ସିଧାସଳଖ ସହଯୋଗ କରିବେ ସରକାର। ଚାଷୀ ଦେଶରେ ଯଦିଓ କରୋନା ଆକ୍ରାନ୍ତ ହୋଇଛି। ତଥାପି ଏହି ସମୟରେ […]

SITARAMAN

Subhransu Sekhar
  • Published: Thursday, 14 May 2020
  • , Updated: 14 May 2020, 05:41 PM IST

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଶ୍ରମିକ ଶ୍ରେଣୀ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଚାଷୀ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ସିଧାସଳଖ ସହଯୋଗ କରିବେ ସରକାର।

ଚାଷୀ

ଦେଶରେ ଯଦିଓ କରୋନା ଆକ୍ରାନ୍ତ ହୋଇଛି। ତଥାପି ଏହି ସମୟରେ ଗାଁ ଗୁଡ଼ିକ ଉପରେ ନଜର ରଖିଛନ୍ତି ସରକାର। ବ୍ୟାଙ୍କ ଜରିଆରେ ଗାଁ ଗୁଡ଼ିକର ଆର୍ଥିକ ଗତିବିଧି ଉପରେ ସରକାର ନଜର ରଖିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ୬୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ୬୩ ଲକ୍ଷ ଚାଷୀଙ୍କୁ ମୋଟ ପ୍ରାୟ ୮୬୬୦୦ କୋଟି ଋଣ ମିଳିଛି। ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ନାବାର୍ଡକୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା କରିଛନ୍ତି ସରକାର।

୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ରିଲିଫ୍ ମିଳିସାରିଛି। ଗତ ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍ କାର୍ଡ ଦିଆଯାଇଛି। ଏହି କ୍ରେଡିଟ୍ ଜରିଆରେ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏମ୍ଏସଏମ୍ଇ ପ୍ୟାକେଜ ଜରିଆରେ କେନ୍ଦ୍ର ଶ୍ରମିକ ଏବଂ ଦିନ ମଜୁରିଆ ଏବଂ ଚାଷୀଙ୍କୁ ମଧ୍ୟ ସହଯୋଗ ମିଳିବ। ତେବେ ୩୧ ମେ’ ଯାଏ ଚାଷୀଙ୍କୁ ଋଣ ପରିଶୋଧ ନେଇ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଶ୍ରମିକ ଶ୍ରେଣୀ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି।

ଗରିବ

ସେହିପରି ଗରିବ ସହରାଞ୍ଚଳ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାର ୧୧ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ଦୁଇ ମାସରେ ଏହି ବ୍ୟବସ୍ଥା କରାଯାଇଛି। ମଧ୍ୟବିତ୍ତଙ୍କୁ ଗୃହନିର୍ମାଣ ସୁବିଧା ପାଇଁ କ୍ରେଡିଟ୍‌ ଲିଙ୍କ ସବ୍‌ସିଡି ଅବଧି ବୃଦ୍ଧି। ୧୫ ହଜାର କମ୍‌ ଋଣ ଥିବା ଲୋକଙ୍କୁ ୨% ସୁଧ ଛାଡ଼ କରାଯିବ। ମୁଦ୍ରା ଶିଶୁ ଯୋଜନାରେ ଥିବା ଋଣଗ୍ରହିତାଙ୍କୁ ଏହି ସୁବିଧା ମିଳିବ। ୩ କୋଟି ଋଣ ଗ୍ରହୀତାଙ୍କୁ ୧୫ ଶହ କୋଟିର ଋଣ ମିଳିବ। ଉଠା ଦୋକାନୀଙ୍କୁ ଆର୍ତିକ ସୁବିଧା ପାଇଁ ୫ ହଜାର କୋଟି ବ୍ୟବସ୍ଥା ହୋଇଛି। ଏମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏଥିରେ ଦେଶର ପ୍ରାୟ ୫୦ ଲକ୍ଷ ଉଠା ଦୋକାନୀ ଲାଭବାନ ହେବେ।ଆଦିବାସୀଙ୍କୁ କାମ ଯୋଗାଇ ଦେବା, ଜଙ୍ଗଲ ସୁରକ୍ଷା ଓ ବନ୍ୟଯନ୍ତୁ ସୁରକ୍ଷା ପାଇଁ କାମ୍ପା ପାଣ୍ଠିକୁ ୬ ହଜାର କୋଟିର ବ୍ୟୟବରାଦ ହୋଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ

ସାରା ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ଏହି ଗ୍ରୁପ ଜରିଆରେ ୩ କୋଟି ସାନିଟାଇଜର ମାସ୍କ ଏବଂ ସାନିଟାଇଜର ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହା ତିଆରି ହୋଇଛି। ୭୨୦୦ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଛି। ମାର୍ଚ୍ଚ ୧୫ରୁ ଏହି ଗୋଷ୍ଠୀ ଆରମ୍ଭ ହୋଇଛି। ସେମାନଙ୍କୁ ରିଓ୍ୱଲିଂ ଫଣ୍ଡରୁ ସହାୟତା କରାଯାଉଛି। ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟ ସହଯୋଗ କରୁଛନ୍ତି।

ଶ୍ରମିକ

ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ କେନ୍ଦ୍ର ସରକାର ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଚିନ୍ତାଜନକ। ସେମାନଙ୍କର ଦୈନିକ ପାରିଶ୍ରମିକ ହାରାହାରି ୨୦୨ ଟଙ୍କା ରଖାଯାଇଛି। ଯେଉଁ ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି ସେମାନଙ୍କୁ ମନରେଗା ଯୋଜନା ଜରିଆରେ କାମ ଦିଆଯିବ। ମନରେଗା ଯୋଜନା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ଖର୍ଚ୍ଚ କରାଯିବ।

ପ୍ରବାସୀ ଶ୍ରମିକମାନେ ଚାହିଁଲେ ନିଜକୁ ପଞ୍ଜୀକୃତ କରିପାରିବେ। ଦୈନିକ ମଜୁରୀ ଏବେ ୧୮୨ ରୁ ୨୦୨ କୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ଅଧିକ ମାନବ ଦିବସ କରାଯାଇଛି। ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ଯେଉଁ ସଂସ୍ଥାରେ ୧୦ ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି ସେମାନେ ଏସଆଇସି ମାଧ୍ୟମରେ ଉପକୃତ ହେବେ। ଯେଉଁଠାରେ ଶ୍ରମିକମାନେ ବିପଦଜନକ ଭାବରେ କାମ କରୁଛନ୍ତି ସେଠାରେ ଇଏସଆଇ ସୁବିଧା ଯୋଗାଇବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନାକୁ ମଧ୍ୟ ସେଠାରେ ଲାଗୁ କରିବା ବାଧ୍ୟତାମୂଳକ ବୋଲି ନିର୍ମଳା କହିଛନ୍ତି। ସେହିପରି ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ଅନୁରାଗ ଠାକୁର କହିଛନ୍ତି।

ସେହିପରି ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା, ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡ଼ା ଘର ମିଳିବ ବୋଲି ସୀତାରମଣ କହିଛନ୍ତି।

ସମସ୍ତ ପ୍ରବାସୀଙ୍କୁ ଆଗାମୀ ୨ ମାସ ଯାଏ ମିଳିବ ମାଗଣା ଖାଦ୍ୟଶସ୍ୟ, ୨ ମାସ ଯାଏ ମାସିକ ମୁଣ୍ଡପିଛା ୫ କେଜି ଚାଉଳ କିମ୍ବା ଗହମ ମିଳିବ, ପରିବାର ପିଛା ମାସିକ ୧ କେଜି ଡାଲି ମାଗଣାରେ ଦିଆଯିବ, ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ସୀତାରମଣ କହିଛନ୍ତି। ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ। ୨ ମାସ ମାଗଣା ଖାଦ୍ୟଶସ୍ୟ ପାଇଁ ୩୫ଶହ କୋଟି ଖର୍ଚ୍ଚ କରିବେ ସରକାର।

ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏସଡିଆରଏଫ ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି, ସେମାନଙ୍କୁ ଦୈନିକ ୩ ଓଳି ଖାଇବାକୁ ଦିଆଯାଉଛି।

Related story