ଟ୍ରେନ୍‌ରେ ଲାଗିବ ଖାଦ୍ୟ ମେସିନ୍‌: ଟଙ୍କା ଅବା କାର୍ଡ ପୂରାଇଲେ ମିଳିବ ଗରମ ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଖରାପ ଖାଦ୍ୟ ଦିଆଯାଉଥିବା ନେଇ ପ୍ରାୟ ସବୁବେଳେ ଅଭିଯୋଗ ହୁଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଉଛି। ଯାତ୍ରୀମାନଙ୍କୁ ଗରମ ଖାଦ୍ୟ ଦେବା ପାଇଁ ଟ୍ରେନ୍‌ରେ ଖାଦ୍ୟ ମେସିନ୍ ଲଗାଇବା ପାଇଁ ଯୋଜନା କରିଛି ରେଳବାଇ। ଏହି ମେସିନ୍‌ରେ ଯାତ୍ରୀମାନେ ନଗଦ ଟଙ୍କା ଅବା କାର୍ଡ ଭର୍ତ୍ତି କରି ପେମେଣ୍ଟ କଲେ ତାହା ଖାଦ୍ୟ ଦେବ। ତେଣୁ ଖାଦ୍ୟ ପାଇଁ ଆଉ ଆଗରୁ ଅର୍ଡର ଦେବାକୁ […]

food

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 12:45 PM IST

ନୂଆଦିଲ୍ଲୀ: ଟ୍ରେନରେ ଖରାପ ଖାଦ୍ୟ ଦିଆଯାଉଥିବା ନେଇ ପ୍ରାୟ ସବୁବେଳେ ଅଭିଯୋଗ ହୁଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଉଛି। ଯାତ୍ରୀମାନଙ୍କୁ ଗରମ ଖାଦ୍ୟ ଦେବା ପାଇଁ ଟ୍ରେନ୍‌ରେ ଖାଦ୍ୟ ମେସିନ୍ ଲଗାଇବା ପାଇଁ ଯୋଜନା କରିଛି ରେଳବାଇ। ଏହି ମେସିନ୍‌ରେ ଯାତ୍ରୀମାନେ ନଗଦ ଟଙ୍କା ଅବା କାର୍ଡ ଭର୍ତ୍ତି କରି ପେମେଣ୍ଟ କଲେ ତାହା ଖାଦ୍ୟ ଦେବ। ତେଣୁ ଖାଦ୍ୟ ପାଇଁ ଆଉ ଆଗରୁ ଅର୍ଡର ଦେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହିଭଳି କ୍ୟାଟରିଂ କର୍ମଚାରୀଙ୍କ ମନଇଚ୍ଛା ଅନୁଯାୟୀ ଟଙ୍କା ଗଣିବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ପ୍ରଥମେ ଉଦୟ ଟ୍ରେନରୁ କରାଯିବ। ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡବଲ ଡେକର ଉଦୟ ଟ୍ରେନ୍‌ରେ ପ୍ରତି ତିନିଟି ଡବା ପରେ ଗୋଟିଏ ଡବାରେ ୧୬ଟି ସିଟ୍ କମ୍ କରାଯାଇଛି। ଉକ୍ତ ସ୍ଥାନରେ ଖାଦ୍ୟ ମେସିନ୍ ଲଗା ଯାଉଛି। ଏଥିରେ ଖାଦ୍ୟ ପ୍ରସ୍ତୁତ ହେବ। ଖାଦ୍ୟ ବ୍ୟତୀତ ଖାଇବା-ପିଇବାର ଆଉ କିଛି ଜିନିଷ ମଧ୍ୟ ସେଠାରେ ରଖାଯିବ। ଏହି ମେସିନ୍ ସଂପୂର୍ଣ୍ଣ ଭାବେ ଅଟୋମେଟିକ୍ ହେବ ଯାହାକୁ ଯାତ୍ରୀମାନେ ହିଁ ଅପରେଟ୍ କରିବେ। ମେସିନ୍‌ର ସ୍କ୍ରିନ୍‌ରେ ଖାଦ୍ୟ ସଂପର୍କିତ ସୂଚନା ରହିବ। ଯାତ୍ରୀମାନେ କାର୍ଡ ମାଧ୍ୟମରେ ଅବା ନଗଦ ଟଙ୍କା ଜମା କରି ନିଜ ପସନ୍ଦର ଭେଜ୍ ଅବା ନନ୍‌ଭେଜ୍ ଫୁଡ୍ ନେଇ ପାରିବେ।

ଉଦୟ ଟ୍ରେନ୍‌ର ନିର୍ମାଣ ଚାଲିଛି। ଏହି ଟ୍ରେନ୍‌ର ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କୁ ରାତିରେ ନେଇ ସକାଳ ସୁଦ୍ଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା।

Related story