ଏଲ୍‌ଫିନ୍‌ଷ୍ଟୋନ୍ ରେଲୱେ ଷ୍ଟେସନରେ ବିକଳ୍ପ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରିବ ସେନା

ମୁମ୍ବଇ: ୨୦୧୮ ଜାନୁୟାରୀ ୩୧ ତାରିଖ ସୁଦ୍ଧା ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଲୱେ ଷ୍ଟେସନରେ ବିକଳ୍ପ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାମ ସରିବ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଏହି କାର୍ଯ୍ୟ ଭାରତୀୟ ସେନା ପକ୍ଷରୁ କରାଯିବାକୁ ଥିବା ବେଳେ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହେବ ବୋଲି ଜଣାପଡିଛି। ଠିକ୍‌ ୧ ମାସ ତଳେ ଏହି ଷ୍ଟେସନରେ ଦଳଚକଟା ଘଟଣାରେ ୨୩ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା। ମଙ୍ଗଳବାର ଏହି […]

INDIASTAMPEDE

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 05:50 PM IST

ମୁମ୍ବଇ: ୨୦୧୮ ଜାନୁୟାରୀ ୩୧ ତାରିଖ ସୁଦ୍ଧା ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଲୱେ ଷ୍ଟେସନରେ ବିକଳ୍ପ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାମ ସରିବ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଏହି କାର୍ଯ୍ୟ ଭାରତୀୟ ସେନା ପକ୍ଷରୁ କରାଯିବାକୁ ଥିବା ବେଳେ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହେବ ବୋଲି ଜଣାପଡିଛି। ଠିକ୍‌ ୧ ମାସ ତଳେ ଏହି ଷ୍ଟେସନରେ ଦଳଚକଟା ଘଟଣାରେ ୨୩ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା। ମଙ୍ଗଳବାର ଏହି ଘଟଣାରେ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫଡନବିସ୍‌ ମଧ୍ୟ ଉପସ୍ଥିତ ଥିଲେ।

୨ କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ଷ୍ଟେସନରେ ଥିବା ବ୍ୟବସ୍ଥାବଳୀକୁ ଅନୁଧ୍ୟାନ କରିଛନ୍ତି। ଏହାସହ ଯାତ୍ରୀଙ୍କ ପାଇଁ ରହିଥିବା ଆନୁସଙ୍ଗିକ ସୁବିଧା ସୁଯୋଗ ନେଇ ମଧ୍ୟ ଆଲୋଚନା ହୋଇଛି । ଯାହାକୁ ଆଧାର କରି ଷ୍ଟେସନରେ ଆହୁରି ୩ଟି ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି  ଫଡନବିସ୍ ।

 

Related story