ବିଜେପିରେ ମିଶିଲେ ପୂର୍ବତନ ଆମ୍ ଆଦମୀ ପାର୍ଟି ନେତା କପିଲ୍ ମିଶ୍ରା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍ ହୋଇଛନ୍ତି ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ ମିଶ୍ରା। ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। Delhi: Former Aam Aadmi Party (AAP) leader, Kapil Mishra joins Bharatiya Janata Party (BJP) in presence of party leaders Manoj Tiwari […]

KAPIL MISHRA JOINED BJP

Subhransu Sekhar
  • Published: Saturday, 17 August 2019
  • , Updated: 17 August 2019, 02:31 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍ ହୋଇଛନ୍ତି ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ ମିଶ୍ରା। ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି।

https://twitter.com/ANI/status/1162605498946007040

ଅଗଷ୍ଟ ୨ରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ସୌରଭ ଭରଦ୍ୱାଜଙ୍କ ଆବେଦନ କ୍ରମେ ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ବିଧାୟକ କପିଲ ମିଶ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଦଳରେ ଥାଇ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗରେ ତାଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଦାବି କରିଥିଲେ। ତେବେ ଦିଲ୍ଲୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ କପିଲ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଜଣାପଡ଼ିଛି।

କପିଲ ପୂର୍ବରୁ ଆପ୍‌ ସରକାରରେ ମନ୍ତ୍ରୀ ଥିଲେ, କିନ୍ତୁ ୨୦୧୭ରେ ତାଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଥିଲା। ଆପ୍ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।

କପିଲଙ୍କ ମା’ ମଧ୍ୟ ଜଣେ ବିଜେପି ନେତା ବୋଲି ସୂଚନା ରହିଛି। କପିଲ ହିନ୍ଦୀ ଓ ଇଂରାଜୀରେ ଜଣେ ଭଲ ବକ୍ତା ଓ ଦୁର୍ନୀତି ବିରୋଧି ଆନ୍ଦୋଳନର ଜଣେ ପୁରୋଧାଭାବେ ଜଣାଶୁଣା।

Related story