ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ ସିପିଆଇ(ଏମ୍) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ‘ଫ୍ଲୁ କ୍ଲିନିକ୍’ରେ ଏହି ଭେଟେରାନ୍ ସିପିଆଇ (ଏମ୍) ନେତାଙ୍କୁ ଭର୍ତ୍ତି କରାଯାଇଛି।
Concerned to hear that former Chief Minister Buddhadeb Bhattacharjee has been hospitalised with breathing problems. Praying for his speedy recovery and wishing him well: West Bengal Chief Minister Mamata Banerjee pic.twitter.com/Z1SZJ217UM
— ANI (@ANI) December 9, 2020
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୁଦ୍ଧଦେବଙ୍କ ଆରୋଗ୍ୟ କାମନା କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। ଫ୍ଲୁ କ୍ଲିନିକରେ ଆବଶ୍ୟକ ଚିକିତ୍ସା କରାଯାଉଛି। ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ଅଛି କି ନାହିଁ ତାହା ଏଯାଏ ନିଷ୍ପତ୍ତି ହୋଇନି ବୋସି ସେ କହିଛନ୍ତି।
୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ। ୨୦୧୮ରେ ସିପିଆଇ (ଏମ୍)ର ପଲିଟିବ୍ୟୁରୋର କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।