ପୂର୍ବତନ ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

ଶିମଲା: ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସର ଅଶ୍ୱିନୀ କୁମାର। ଶିମଲା ସ୍ଥିତ ବାସଭବନରୁ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଅଶ୍ୱିନୀ କୁମାର ନାଗାଲ୍ୟାଣ୍ଡ ଓ ମଣିପୁରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସିବିଆଇ ନିର୍ଦ୍ଦେଶକ ଭାବେ ବି ସେ କାର୍ଯ୍ୟ କରିଛନ୍ତି। ୨୦୦୬ ଅଗଷ୍ଟରୁ ୨୦୦୮ ଜୁଲାଇ ଯାଏ ଅଶ୍ୱିନୀ କୁମାର ହିମାଚଳ ପ୍ରଦେଶ ଡିଜିପି ଭାବେ କାର୍ଯ୍ୟ କରିଥିଲେ। […]

cdd

Hemant Lenka
  • Published: Wednesday, 07 October 2020
  • , Updated: 07 October 2020, 09:19 PM IST

ଶିମଲା: ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସର ଅଶ୍ୱିନୀ କୁମାର। ଶିମଲା ସ୍ଥିତ ବାସଭବନରୁ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଅଶ୍ୱିନୀ କୁମାର ନାଗାଲ୍ୟାଣ୍ଡ ଓ ମଣିପୁରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସିବିଆଇ ନିର୍ଦ୍ଦେଶକ ଭାବେ ବି ସେ କାର୍ଯ୍ୟ କରିଛନ୍ତି।

୨୦୦୬ ଅଗଷ୍ଟରୁ ୨୦୦୮ ଜୁଲାଇ ଯାଏ ଅଶ୍ୱିନୀ କୁମାର ହିମାଚଳ ପ୍ରଦେଶ ଡିଜିପି ଭାବେ କାର୍ଯ୍ୟ କରିଥିଲେ। ୨୦୧୩ ଓ ୨୦୧୪ରେ ସେ ନାଗାଲ୍ୟାଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ କିଛି ଦିନ ପାଇଁ ମଣିପୁରର ରାଜ୍ୟପାଳ ଦାୟିତ୍ୱ ତୁଲାଇ ଥିଲେ।

ଅଶ୍ୱିନୀ କୁମାରଙ୍କ ଝୁଲନ୍ତା ମୃତଦେହ ଖବର ମିଳିବା ପରେ ପୁଲିସ୍‌ ଓ ଆଇଜିଏମସିରା ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ସମ୍ପର୍କରେ ଏଯାଏ ଜଣାପଡ଼ିନାହିଁ। ସୂତ୍ର ଅନୁସାରେ, କିଛି ଦିନ ହେଲେ ଶ୍ରୀ କୁମାର ମାନସିକ ଚାପରେ ରହିଥିଲେ।

Related story