ପୂର୍ବତନ ସିଜେଆଇ ଜଷ୍ଟିସ ଗୋଗୋଇଙ୍କୁ ମିଳିଲା Z+ ସୁରକ୍ଷା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ଼ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଏଣିକି ତାଙ୍କୁ ଜେଡ୍‌ ପ୍ଲସ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬୬ ବର୍ଷୀୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କାମଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେ। ସମଗ୍ର ଦେଶରେ ତାଙ୍କୁ ଏଭଳି ସୁରକ୍ଷା ମିଳିବ। ସୁପ୍ରିମକୋର୍ଟରୁ ଅବସର ନେବା ପରେ ଜଷ୍ଟିସ ଗୋଗୋଇ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ […]

j

Hemant Lenka
  • Published: Friday, 22 January 2021
  • , Updated: 22 January 2021, 05:47 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ଼ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଏଣିକି ତାଙ୍କୁ ଜେଡ୍‌ ପ୍ଲସ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬୬ ବର୍ଷୀୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କାମଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେ। ସମଗ୍ର ଦେଶରେ ତାଙ୍କୁ ଏଭଳି ସୁରକ୍ଷା ମିଳିବ।

ସୁପ୍ରିମକୋର୍ଟରୁ ଅବସର ନେବା ପରେ ଜଷ୍ଟିସ ଗୋଗୋଇ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଦିଲ୍ଲୀ ପୁଲିସ୍‌ର ସୁରକ୍ଷା ବଳୟ ମଧ୍ୟରେ ଯିବା ଆସିବା କରୁଥିଲେ। କିନ୍ତୁ ଏବେ ସିଆରପିଏଫର ଭିଆଇପି ସୁରକ୍ଷା ବଳୟ ତାଙ୍କୁ ମିଳିବ।

ଏଭଳି ସୁରକ୍ଷା ପାଇବାରେ ଜଷ୍ଟିସ ଗୋଗୋଇ ୬୩ତମ ସଦସ୍ୟ। ତାଙ୍କୁ ୮ରୁ ୧୨ ଜଣ ସଶସ୍ତ୍ର ସିଆରପିଏଫ କମାଣ୍ଡୋ ଯିବା ଆସିବା ବେଳେ ସୁରକ୍ଷା ଦେବେ। ତାଙ୍କ ଘରେ ମଧ୍ୟ ସମାନ ସଂଖ୍ୟକ କମାଣ୍ଡୋ ମୁତୟନ ହେବେ।

Related story