ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ ତୋପ ସଲାମୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜେଟଲୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଅ ରୋହନ୍‌ ଜେଟଲୀଙ୍କୁ ମୁଖାଗ୍ନି ଦେଇଥିଲେ। ବିଭିନ୍ନ ରାଜନୀତିକ ଦଳର ନେତା ଏବଂ ଜେଟଲୀଙ୍କ ଅନ୍ୟ କିଛି ଶୁଭେଚ୍ଛୁ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଶନିବାର ୬୬ ବର୍ଷ ବୟସରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। […]

bjp

Subrat Kumar Nayak
  • Published: Sunday, 25 August 2019
  • , Updated: 25 August 2019, 05:13 PM IST

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ ତୋପ ସଲାମୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜେଟଲୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଅ ରୋହନ୍‌ ଜେଟଲୀଙ୍କୁ ମୁଖାଗ୍ନି ଦେଇଥିଲେ। ବିଭିନ୍ନ ରାଜନୀତିକ ଦଳର ନେତା ଏବଂ ଜେଟଲୀଙ୍କ ଅନ୍ୟ କିଛି ଶୁଭେଚ୍ଛୁ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଶନିବାର ୬୬ ବର୍ଷ ବୟସରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ବେଶ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ଅଗଷ୍ଟ ୯ ତାରିଖରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନିର୍ମଲା ସୀତାରମଣ, ସ୍ମୃତି ଇରାନୀ ଏବଂ ଅନୁରାଗ ଠାକୁର ଉପସ୍ଥିତ ଥିଲେ। ସାଂସଦ ମାନଙ୍କ ମଧ୍ୟରେ ବିଜେପିରୁ ବନୟ ସହସ୍ରବୁଦ୍ଧେ ଓ ବିଜେପି ସାଂସଦ ବିଜୟ ଗୋଏଲ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କପିଲ ସିବଲ ଆଦି ଉପସ୍ଥିତ ଥିଲେ। ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଥିଲା।

ଏହା ପୂର୍ବରୁ ପ୍ରଥମେ ଜେଟଲୀଙ୍କ ମରଶରୀର ବିଜେପି ମୁଖ୍ୟାଳୟ ନିଆଯାଇଥିଲା। ଏହାପରେ ‘ଜେଟଲୀ ଅମର ରହେ’ ନାରା ମଧ୍ୟରେ ଫୁଲରେ ସୁସଜ୍ଜିତ ଏକ ଗାଡ଼ିରେ ତାଙ୍କ ମର ଶରୀରକୁ ନିଗମବୋଧ ଘାଟ ନିଆଯାଇଥିଲା। ଆଜି ବିଜେପି କାର୍ଯ୍ୟାଳୟଠାରେ ମଧ୍ୟ ବେଶ କିଛି ଶୁଭେଚ୍ଛୁ ଓ ସମର୍ଥକ ତାଙ୍କର ଶେଷ ଦର୍ଶନ କରିଥିଲେ।

Related story