ପର୍ଣ୍ଣ ଷ୍ଟାରଙ୍କୁ କଶ୍ମୀର ଯୁବକ ଭାବି ରିଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ୍

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କେତେ ବାଉଳି ଚାଉଳି ହେଉଛି ଓ ଭାରତକୁ ବଦନାମ କରିବା ପାଇଁ କେତେ ମନ୍ଦ ଉଦ୍ଦେଶ୍ୟ ରଖିଛି ତାର ଆଉ ଏକ ସଦ୍ୟ ପ୍ରମାଣ ମିଳିଛି। ଭାରତରେ ଅବସ୍ଥାପିତ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ କଶ୍ମୀର ପ୍ରସଙ୍ଗରେ କରିଥିବା ଏକ ରିଟୁଇଟରୁ ଏହା ଜଣାପଡ଼ିଛି। ଯାହାକି ଅବଦୁଲ ବସିତଙ୍କ ଜ୍ଞାନ ଗାରିମା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଅମର ନାମକ ଟୁଇଟର ଆକାଉଣ୍ଟ ଧାରୀ ଏକ ଫଟୋ ଟୁଇଟ୍ […]

ABDUL BASIT

Subhransu Sekhar
  • Published: Tuesday, 03 September 2019
  • , Updated: 03 September 2019, 05:22 PM IST

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କେତେ ବାଉଳି ଚାଉଳି ହେଉଛି ଓ ଭାରତକୁ ବଦନାମ କରିବା ପାଇଁ କେତେ ମନ୍ଦ ଉଦ୍ଦେଶ୍ୟ ରଖିଛି ତାର ଆଉ ଏକ ସଦ୍ୟ ପ୍ରମାଣ ମିଳିଛି। ଭାରତରେ ଅବସ୍ଥାପିତ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ କଶ୍ମୀର ପ୍ରସଙ୍ଗରେ କରିଥିବା ଏକ ରିଟୁଇଟରୁ ଏହା ଜଣାପଡ଼ିଛି। ଯାହାକି ଅବଦୁଲ ବସିତଙ୍କ ଜ୍ଞାନ ଗାରିମା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଅମର ନାମକ ଟୁଇଟର ଆକାଉଣ୍ଟ ଧାରୀ ଏକ ଫଟୋ ଟୁଇଟ୍ କରି ଉଲ୍ଲେଖ କରିଥିଲେ ୟୁସୁଫ୍ ନାମକ ଅନନ୍ତନାଗ ଜିଲ୍ଲାର କଶ୍ମୀର ଯୁବକ ସେନାର ପେଲେଟ ଗୁଳିର ଶିକାର ହୋଇ ଦୃଷ୍ଟି ଶକ୍ତି ହରାଇଛି। ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକ ରହିଛି। ଯାହାକୁ ବସିତ୍ ରିଟୁଇଟ୍ କରି ସମର୍ଥନ ଜଣାଇଥିଲେ।

ଏହାପରେ ବସିତଙ୍କ ରିଟୁଇଟର ଜବାବ ଦେବାକୁ ଯାଇ ତାଙ୍କରି ଦେଶର ମହିଳା ସାମ୍ୱାଦିକ ନଲିଆ ଇନାୟତ ଟୁଇଟ୍ କରି କହିଛନ୍ତି 'ଅମର ନାମକ ଟୁଇଟ୍ ଆକାଉଣ୍ଟଧାରୀ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ଜାନି ସିନ୍ସ। ସେ ଜଣେ ପର୍ଣ୍ଣ ଷ୍ଟାର। ସେ କଶ୍ମୀର ପୀଡ଼ିତ ନୁହନ୍ତି। ଏହି ପର୍ଣ୍ଣ ଷ୍ଟାରଙ୍କୁ କଶ୍ମୀର ଯୁବକ ଭାବି ପୂର୍ବତନ ରାଷ୍ଟ୍ରଦୂତ ବସିତ୍ ଭୁଲରେ ରିଟୁଇଟ୍ କରିଥିଲେ'। ଏହାପରେ ବସିତ୍ ସେ କରିଥିବା ରିଟୁଇଟକୁ ଡିଲିଟ୍ କରି ଦେଇଥିଲେ।

https://twitter.com/nailainayat/status/1168482555642953729

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଚେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତେଜିଛି। ଭାରତ କଶ୍ମୀରକୁ ନିଜର ଅନ୍ତରୀଣ ପ୍ରସଙ୍ଗ କହୁଥିବା ବେଳେ ସାମ୍ୱିଧାନିକ ଭାବରେ ପାକିସ୍ତାନ କହିବାର କୌଣସି ଅଧିକାର ନାହିଁ ବୋଲି କହିଛି। ହେଲେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ଭାରତକୁ ବଦନାମ କରିବା ପାଇଁ ଅନେକ ଷଡ଼ଯନ୍ତ୍ର କରୁଛି।

Related story