ଏସ୍‌ପିଙ୍କ ଘରୁ ଚୋରି

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଏସ୍‌ପିଙ୍କ ଘରେ ହୋଇଛି ଚୋରି। ଗତ ଶନିବାର ରାତିରେ ପୋଲିସ ଆରକ୍ଷୀ ଅଧୀକ୍ଷକ ସୁନୀଲ ରଜୋରଙ୍କ ସରକାରୀ କ୍ୱାର୍ଟର୍ସରେ ୪ ଜଣ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ତାଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ଲୁଟ୍‌ପାଟ୍ କରିଥିଲେ। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ସମୟରେ ଏସ୍‌ପିଙ୍କ ମାଆ ବେବି ରାଜୋର(୭୦), ଭଉଣୀ ସଙ୍ଗୀତା […]

sp

sp

Rakesh Mallick
  • Published: Monday, 04 June 2018
  • Updated: 04 June 2018, 01:26 PM IST

Sports

Latest News

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଏସ୍‌ପିଙ୍କ ଘରେ ହୋଇଛି ଚୋରି। ଗତ ଶନିବାର ରାତିରେ ପୋଲିସ ଆରକ୍ଷୀ ଅଧୀକ୍ଷକ ସୁନୀଲ ରଜୋରଙ୍କ ସରକାରୀ କ୍ୱାର୍ଟର୍ସରେ ୪ ଜଣ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ତାଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ଲୁଟ୍‌ପାଟ୍ କରିଥିଲେ। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଏହି ଘଟଣା ସମୟରେ ଏସ୍‌ପିଙ୍କ ମାଆ ବେବି ରାଜୋର(୭୦), ଭଉଣୀ ସଙ୍ଗୀତା ନେକେ(୩୭) ଓ ଭଣଜା ଆୟୁଷ ନେକେ(୧୫) ଘରେ ଥିଲେ।

ଏସ୍‌ପି କହିଛନ୍ତି,“ ରାତି ୨ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଝରକାର ତାର ଜାଲ କାଟି ଓ ପଛ କବାଟ ତାଲା ଭାଙ୍ଗି ଘରେ ପଶିଥିଲେ। ପ୍ରଥମେ ଦୁର୍ବୃତ୍ତମାନେ ମୋ ମାଆଙ୍କ ରୁମ୍‌କୁ ପ୍ରବେଶ କରିଥିଲେ। ସେଠାରେ ଥିବା ଗୋଟିଏ ଡେବିଟ୍ କାର୍ଡ ଓ ଆଉକିଛି ଟଙ୍କା ନେଇଯାଇଥିଲେ। ପରେ ମୋ ରୁମ୍‌ କବାଟକୁ ବାହାର ପାଖରୁ ବନ୍ଦ କରିଦେଇଥିଲା। ଏହାପରେ ଦୁର୍ବୃତ୍ତମାନେ ମୋ ଭଉଣୀ ଓ ମାଆ ଶୋଇଥିବା ରୁମ୍‌କୁ ଯାଇଥିଲେ। ତେବେ ମୋ ଉଭଣୀ ଛାଇ ଦେଖି ମୋତେ ଫୋନ୍‌ କରିବାକୁ ଚେଷ୍ଟା କରିଥିଲା। ଏହାସହ ମାଆ ମଧ୍ୟ ମୋତେ ଚେତାବନୀ ଦେବାକୁ ଜରୁରୀକାଳୀ ଘଣ୍ଟି ବ୍ୟବହାର କରିଥିଲେ।”

ସେ ଆହୁରି କହିଛନ୍ତି,“  ଘରେ ଭିତରେ କିଏ ପଶିଥିବା ନେଇ ମୁଁ ଜାଣିବା ପରେ ମୋ ରୁମ୍‌ରୁ ବାହାରିବା ପାଇଁ ଚେଷ୍ଟା କରିଥିଲି। ହେଲେ ମୋ ରୁମ୍ ବାହାର ପାଖରୁ ବନ୍ଦ ହୋଇ ରହିଥିଲା। ତେଣୁ ମୁଁ ଉଭଣୀ ପାଖକୁ ଫୋନ୍‌ କରି ଡାକିଥିଲି। ୪ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ ଜଣ ଘରେ ପଶିଥିବା ବେଳେ ଆଉ ୨ ଜଣ ବାହାରେ ପଇନ୍ତରା  ମାରୁଥିଲେ। ଘର ଭିତରୁ ମୁଁ ଦୁର୍ବୃତ୍ତମାନଙ୍କୁ ଦେଖିପାରି ନଥିଲି। ଏହପରେ ମୁଁ  ସାହାଯ୍ୟ ପାଇଁ ପୋଲିସ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲି। ୨୦ ମିନିଟ୍ ଭିତରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରକୁ ଚାରିପଟୁ ଘେରିଯାଇଥିଲେ।”

ପୋଲିସ ଆସିବା ଜାଣିବା ପରେ ଘଟଣାସ୍ଥଳରୁ ୩ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା।  ହେଲେ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ହୋଇଥିବା ଦୁର୍ବୃତ୍ତ ଖୋରଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି।

ପୋଲିସ ପଚାରାଉଚରା କରିବା ପରେ ଜାଣିବାକୁ ପାଇଛି ଯେ ଏହି ଦୁର୍ବୃତ୍ତମାନେ ଚୋରି କରିବାକୁ ଆସିଥିଲେ। ହେଲେ କିଛି ମୂଲ୍ୟବାନ ଜିନିଷ କିଛି ପାଇନଥିଲେ। ଏମିତିକି ଘରେ ପ୍ରବେଶ କରିବା ପୂର୍ବରୁ ବାହାରେ ଲାଗିଥିବା ସିସିଟିଭି କେବୁଲ ପୂରା ନଷ୍ଟ କରି ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣା ସମୟରେ ଏସ୍‌ପିଙ୍କ ପିଲାମାନେ ଖରା ଛୁଟିରେ ମାମୁଁ ଘରକୁ ଚାଲିଯାଇଥିଲେ। ପୋଲିସ କହିଛି ଏନେଇ ଏକ ମାମଲା ଦାଏର କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିକୁ ପଚାଉଚରା କରାଯାଉଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos