ଧମାକେଦାର୍ ଡାଟା ଅଫର୍: 408 ଟଙ୍କାରେ ବର୍ଷେ ଫ୍ରି

ପ୍ରତିଯୋଗିତା ମନୋଭାବ ରଖି ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଦେଉଥିବା ସେମାନଙ୍କ ସୁବିଧା ସୁଯୋଗ ଧୀରେ ଧୀରେ ବଢ଼େଇ ଚାଲିଛନ୍ତି l କିଏ ଅଳ୍ପ ଟଙ୍କାରେ ବେଶୀ ଡାଟା ଦେଉଛି ତ କିଏ ଦେଉଛି ମାଗଣା ଭଏସ୍ କଲଂ ଅଫର୍ l ଏଥିରେ କମ୍ପାନୀ ଗୁଡ଼ିକ ଲାଭ ପାଉଛନ୍ତି କି ନାହିଁ ଜଣାନାହିଁ, କିନ୍ତୁ ଗ୍ରାହକମାନେ ଅନେକ ସୁବିଧା ପାଉଛନ୍ତି l ମାର୍କେଟରେ ଏହି ପ୍ରତିଯୋଗିତା ମନୋଭାବ ଆରମ୍ଭ କରିଛି ରିଲାଏନ୍ସ କମ୍ପାନୀ l କମ୍ପାନୀ […]

data

data

Rakesh Mallick
  • Published: Friday, 30 June 2017
  • Updated: 13 September 2017, 04:07 PM IST

Sports

Latest News

ପ୍ରତିଯୋଗିତା ମନୋଭାବ ରଖି ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଦେଉଥିବା ସେମାନଙ୍କ ସୁବିଧା ସୁଯୋଗ ଧୀରେ ଧୀରେ ବଢ଼େଇ ଚାଲିଛନ୍ତି l କିଏ ଅଳ୍ପ ଟଙ୍କାରେ ବେଶୀ ଡାଟା ଦେଉଛି ତ କିଏ ଦେଉଛି ମାଗଣା ଭଏସ୍ କଲଂ ଅଫର୍ l ଏଥିରେ କମ୍ପାନୀ ଗୁଡ଼ିକ ଲାଭ ପାଉଛନ୍ତି କି ନାହିଁ ଜଣାନାହିଁ, କିନ୍ତୁ ଗ୍ରାହକମାନେ ଅନେକ ସୁବିଧା ପାଉଛନ୍ତି l

ମାର୍କେଟରେ ଏହି ପ୍ରତିଯୋଗିତା ମନୋଭାବ ଆରମ୍ଭ କରିଛି ରିଲାଏନ୍ସ କମ୍ପାନୀ l କମ୍ପାନୀ ଏହାର ଜିଓ ସେବା ଆଣିବା ପରେ ଅନ୍ୟ କମ୍ପାନୀ ବାଧ୍ୟ ହୋଇଛନ୍ତି ସେମାନଙ୍କ ସେବା ବିଷୟରେ ଆଉଥରେ ଚିନ୍ତା କରିବାକୁ l ଏବେ ଜିଓ କର୍ତୃପକ୍ଷ ଗ୍ରାହକଙ୍କ ପାଇଁ ଆଉଏକ ଖୁସି ଖବର ଦେଇଛନ୍ତି l ଜିଓ ଲଞ୍ଚ୍ କରିଛି ଏହାର ନୂଆ ଧମାକେଦାର୍ ପ୍ଳାନ l ପୂର୍ବରୁ 1999 ଟଙ୍କାରେ ‘ଜିଓ-ଫାଇ’ କିଣି ସେଥିରୁ ଦୈନିକ 1 ଜିବି 4-ଜି ଡାଟା ଓ ଭଏସ୍ କଲ୍ ସୁବିଧା ମିଳୁଥିଲା l କିନ୍ତୁ ଏହି ଫ୍ରି ଭଏସ୍ କଲିଂର ଅବଧି 28 ଜୁନ୍ ପର୍ଯ୍ୟନ୍ତ ଥିଲା l ଏହି ଅବଧି ସରିବା ପରେ ଜିଓ ଏବେ ତାର ନୂଆ ପ୍ଳାନ ଲଞ୍ଚ କରିଛି l ଯେଉଁଥିରେ ଆପଣ 408 ଓ 508 ଟଙ୍କାର ରିଚାର୍ଜ କଲେ ବର୍ଷେ ପାଇଁ ସମସ୍ତ ସୁବିଧା ମାଗଣାରେ ପାଇବେ l 408 ଟଙ୍କା ରିଚାର୍ଜରେ ଦୈନିକ 1 ଜିବି ଡାଟା ଓ 508 ଟଙ୍କା ରିଚାର୍ଜରେ 2 ଜିବି ଡାଟା ଦୈନିକ ମିଳିବ l

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos