ଅକ୍ଟୋବର ୨୯ରୁ ମହିଳାଙ୍କ ପାଇଁ ବସ୍‌ ଯାତ୍ରା ମାଗଣା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ବିନା ଟିକେଟ୍‌ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା […]

ewa

Hemant Lenka
  • Published: Thursday, 15 August 2019
  • , Updated: 15 August 2019, 12:50 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ବିନା ଟିକେଟ୍‌ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା ପାଇଁ ଆମେ ସବୁ ପ୍ରକାରର ବ୍ୟବସ୍ଥା କରିବୁ।”

ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ କେଜ୍ରିୱାଲ ଏଭଳି ଘୋଷଣା କରୁଥିବା ଚର୍ଚ୍ଚା ହେଉଛି। ଏହାପୂର୍ବରୁ କେଜ୍ରିୱାଲ ସରକାର ଅଗଷ୍ଟ ୧ରୁ ଦିଲ୍ଲୀରେ ୨୦୦ ୟୁନିଟି ଯାଏ ବିଜୁଳି ବ୍ୟୟ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ।

Related story