ଚାଷୀ ଘର ପୁଅରୁ ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ଅକୁହା କାହାଣୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍‌ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର ଦୃଶ୍ୟ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି। ତାମିଲନୁଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ […]

sivan

sivan

Subrat Kumar Nayak
  • Published: Saturday, 07 September 2019
  • Updated: 07 September 2019, 07:56 PM IST

Sports

Latest News

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍‌ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର ଦୃଶ୍ୟ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି।

ତାମିଲନୁଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ ଗାଁର ଏକ ଚାଷୀ ପରିବାରରେ ଜନ୍ମିତ ଶିବନ୍‌ଙ୍କ ସ୍କୁଲ ପଢ଼ାପଢ଼ି ସ୍ଥାନୀୟ ଏକ ସରକାରୀ ସ୍କୁଲରେ ହୋଇଥିଲା। ସେ ଏହା ପୂର୍ବରୁ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟରର ଦାୟିତ୍ୱ ନେଇଥିଲେ। ସେ ପିଲାବେଳେ କେବେ ମଧ୍ୟ ଟ୍ୟୁସନ୍‌ ବା କୋଚିଂ କ୍ଲାସ୍‌ ଯାଇନଥିଲେ, ବରଂ ନିଜ ପ୍ରୟାସରେ ପରିବାରର ପ୍ରଥମ ଗ୍ରାଜୁଏଟ୍‌ ହୋଇଥିଲେ। ବେଙ୍ଗାଲୁରୁ ଆଇଆଇଏସ୍‌ସିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ମାଷ୍ଟର୍ସ ସାରିବା ପରେ ୨୦୦୬ରେ ଆଇଆଇଟି ବମ୍ବେରେ ପିଏଚ୍‌ଡି ସାରିଥିଲେ। ୧୯୮୨ରେ ସେ ଇସ୍ରୋରେ ଯୋଗଦେଇଥିଲେ। ଲଞ୍ଚ ଭେଇକିଲ୍‌ ମିଶନ୍‌ ପିଏସ୍‌ଏଲ୍‌ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ। ଏଥିରେ ସେ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍‌ ଏବଂ ଆନାଲିସିସ୍‌ ଆଦି କ୍ଷେତ୍ରରେ କାମ କରିଥିଲେ।

୩ ଦଶନ୍ଧିର କ୍ୟାରିଅରରେ ସେ ଜିଏସ୍‌ଏଲ୍‌ଭି, ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଏମ୍‌କେ ୩ ଆଦି ପ୍ରମୁଖ ରକେଟ୍‌ ମିଶନ୍‌ରେ ସାମିଲ ହୋଇଥିଲେ। ସେ ବିଭିନ୍ନ ସମୟରେ ଏଥିପାଇଁ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ବର୍ତ୍ତମାନ ଇସ୍ରୋ ଅଧ୍ୟକ୍ଷ ସହ ସ୍ପେସ୍‌ ଆଣ୍ଡ ଚେୟାର ଅଫ୍‌ ସ୍ପେସ୍‌ କମିଶନ୍‌ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଅମଳରେ ଚନ୍ଦ୍ରଯାନ-୨ ବ୍ୟତୀତ ଏହି ମହାକାଶ ଯାନକୁ ଚନ୍ଦ୍ରରେ ପହଞ୍ଚାଇଥିବା ରକେଟ୍‌ ଜିଏସ୍‌ଏଲ୍‌ଭି-ଏମ୍‌କେ୩ ମଧ୍ୟ ନିର୍ମିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story