୧୫୩ ଟଙ୍କାରେ ଦେଖିପାରିବେ ୧୦୦ ମାଗଣା ଚ୍ୟାନେଲ୍‌

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରୁ ଟ୍ରାଇ ଦ୍ୱାରା ପ୍ରଚଳିତ ନୂଆ ନିୟମ ଦେଶରେ ଲାଗୁ ହେବ। ଅର୍ଥାତ ଦର୍ଶକମାନେ ଯେଉଁ ଚ୍ୟାନେଲ୍‌ ଦେଖିବେ, ସେଥିପାଇଁ ହିଁ କେବୁଲ ଅପରେଟର କିମ୍ବା ଡିଟିଏଚ୍‌ କମ୍ପାନୀଙ୍କୁ ତା’ର ଟଙ୍କା ଦେବେ। କିନ୍ତୁ ଜଣେ ବ୍ୟକ୍ତି ମାସକୁ ମାତ୍ର ୧୫୩ ଟଙ୍କା ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ। ଆଜି ଏନେଇ ଟ୍ରାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯଦି କେହି କୌଣସି ଚ୍ୟାନେଲ୍‌ […]

y

Hemant Lenka
  • Published: Monday, 14 January 2019
  • , Updated: 14 January 2019, 02:52 PM IST

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରୁ ଟ୍ରାଇ ଦ୍ୱାରା ପ୍ରଚଳିତ ନୂଆ ନିୟମ ଦେଶରେ ଲାଗୁ ହେବ। ଅର୍ଥାତ ଦର୍ଶକମାନେ ଯେଉଁ ଚ୍ୟାନେଲ୍‌ ଦେଖିବେ, ସେଥିପାଇଁ ହିଁ କେବୁଲ ଅପରେଟର କିମ୍ବା ଡିଟିଏଚ୍‌ କମ୍ପାନୀଙ୍କୁ ତା’ର ଟଙ୍କା ଦେବେ। କିନ୍ତୁ ଜଣେ ବ୍ୟକ୍ତି ମାସକୁ ମାତ୍ର ୧୫୩ ଟଙ୍କା ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ।

ଆଜି ଏନେଇ ଟ୍ରାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯଦି କେହି କୌଣସି ଚ୍ୟାନେଲ୍‌ ସବ୍‌ସ୍କ୍ରାଇବ୍‌ କରୁନାହାନ୍ତି, ତା’ହେଲେ ସେମାନେ ମାସକୁ ୧୫୩.୪୦ ଟଙ୍କା(ଜିଏସ୍‌ଟି ସହ) ଦେୟମୁକ୍ତ ୧୦୦ଟି ଚ୍ୟାନେଲ ଦେଖିପାରିବେ। ତେବେ ଗ୍ରାହକମାନେ ଯଦି ଦେୟଯୁକ୍ତ ଚ୍ୟାନେଲ୍‌ ଦେଖିବାକୁ ଚାହିଁବେ, ତା’ହେଲେ ଜାନୁଆରୀ ୩୧ ସୁଦ୍ଧା ନିଜ ପସନ୍ଦର ଚ୍ୟାନେଲ ବାଛିବାକୁ ପଡ଼ିବ। କାରଣ ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ।

ଯଦି ଦର୍ଶକମାନେ ଏହି ନିୟମ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଟ୍ରାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ୦୧୧-୨୩୨୩୭୯୨୨(ଏକେ ଭରଦ୍ୱାଜ) ଓ ୦୧୧-୨୩୨୨୦୨୦୯ ନମ୍ବରକୁ କଲ୍‌ କରି ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ।

ଏହା ବ୍ୟତୀତ ଇ-ମେଲ୍‌ ଜରିଆରେ ମଧ୍ୟ ଗ୍ରାହକମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ। ଏଥିପାଇଁ ଟ୍ରାଇ ପକ୍ଷରୁ advbcs-2@trai.gov.in or arvind@gov.in ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଦେୟଯୁକ୍ତ ଚ୍ୟାନେଲର ମୂଲ୍ୟ ୧୯ ଟଙ୍କାରୁ ଅଧିକ ହେବନାହିଁ ବୋଲି ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story