ନୂଆଦିଲ୍ଲୀ, ସିଗାରେଟ , ଗୁଟଖା ଭଳି ତମ୍ବାକୁ ସାମଗ୍ରୀ ପକେଟରେ ଉପରେ କ୍ୟାନସର ଚିତ୍ର ଦେଇ ଲୋକଙ୍କୁ ସଚେତନ କାରଯାଉଛି । କିନ୍ତୁ ମଦ ବୋତଲ ଉପରେ ଏପରି କୌଣସି ଚେତାବନୀ ଦିଆଯାଉ ନଥିଲା । ଖୁବ ଶୀଘ୍ର ଏବେ ମଦ ବୋତଲରେ ଉପରେ ବି ଚିତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କାରାଯିବ । ଏନେଇ ଯୋଜନା ଚଳାଇଛି ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରଧିକରଣ (ଏଫ୍ଏସ୍ଏସ୍ ଆଇ) । ଏହା ସହିତ ନିଶାରେ ଗାଡି ଚଳାଇବା ବିଷୟରେ ମଧ୍ୟ ସଚେଚନତାର ଚିତ୍ର ମଦ ବୋତଲ ଉପରେ ରହିବ ।
ଏ ନେଇ ବିଭିନ୍ନ ଦେଶରେ କିପରି ନିଶା ସଚେତକ ଚିତ୍ର ସବୁ ବ୍ୟବହାର କରାଯାଉଛି ତାହା ଅଧ୍ୟୟନ କରୁଛି ଏଫଏସଏସଆଇ । ସମ୍ପୂର୍ଣ୍ଣ ଅଧ୍ୟୟନ ପରେ ମଦ ବୋତଲରେ କିପରି ଚିତ୍ର ରହିବ ତାହା ସ୍ଥିର କରାଯିବ । ଏହା ସହିତ ଏହି ଚିତ୍ର ଗୁଡିକରେ ଦିଆଯାଇଥିବା ସମସ୍ତ ଚେତାବନୀକୁ ମଦ ପାଇଁ ଥିବା ନିୟମ କାନୁନରେ ସାମିଲ କରିବ ନେଇ ଏଫ୍ଏସ୍ଏସ୍ଆଇ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିବ ବୋଲି ଯୋଜନା ଚଳାଇଛି । ଏନେଇ କମ୍ୟୁନିଟି ଏଗେନଷ୍ଟ ଡ୍ରଙ୍କର ନାମକ ସ୍ବେଚ୍ଛାସେବୀ ସଙ୍ଗଠନ କୋର୍ଟରେ ଜନ ସ୍ବାର୍ଥ ମାମଲା କରିଥଲେ । ଏହି ମାମଲାକୁ ଆଖି ଆଗରେ ରଖି ଏଫ୍ଏସ୍ଏସ୍ଆଇ ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।