ଅନୁପମଙ୍କୁ ଏଫ୍‌ଟିଆଇଆଇ ଛାତ୍ରଛାତ୍ରୀଙ୍କ ବିରୋଧ

ନୂଆଦିଲ୍ଲୀ: ପୁଣେ ସ୍ଥିତ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫ୍‌ଟିଆଇଆଇ)ର ନୂତନ ଅଧ୍ୟକ୍ଷ ଭାବେ ବଲିଉଡ୍‌ର ଜଣାଶୁଣା ଅଭିନେତା ଅନୁପମ ଖେର ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ ଥିଲେ। ବିଭିନ୍ନ କାରଣକୁ କେନ୍ଦ୍ର କରି ଗଜେନ୍ଦ୍ର ବିବାଦ ଘେରରେ ରହିଥିଲେ। ତାଙ୍କ ନିଯୁକ୍ତୁ ନେଇ ପ୍ରାରମ୍ଭରୁ ବିବାଦ ଦେଖାଯାଇଥିଲା। ଏପରିକି ତାଙ୍କ ବିରୁଦ୍ଧରେ ଏଫଟିଆଇଆଇର ଛାତ୍ରଛାତ୍ରୀମାନେ ୧୩୯ ଦିନ ଧରି ଆନ୍ଦୋଳନ କରିଥିଲେ।  ଗଜେନ୍ଦ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ସରିଯାଇଥିଲା। ତେବେ […]

anupam

anupam

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 01:57 PM IST

Sports

Latest News

ନୂଆଦିଲ୍ଲୀ: ପୁଣେ ସ୍ଥିତ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫ୍‌ଟିଆଇଆଇ)ର ନୂତନ ଅଧ୍ୟକ୍ଷ ଭାବେ ବଲିଉଡ୍‌ର ଜଣାଶୁଣା ଅଭିନେତା ଅନୁପମ ଖେର ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ ଥିଲେ। ବିଭିନ୍ନ କାରଣକୁ କେନ୍ଦ୍ର କରି ଗଜେନ୍ଦ୍ର ବିବାଦ ଘେରରେ ରହିଥିଲେ। ତାଙ୍କ ନିଯୁକ୍ତୁ ନେଇ ପ୍ରାରମ୍ଭରୁ ବିବାଦ ଦେଖାଯାଇଥିଲା। ଏପରିକି ତାଙ୍କ ବିରୁଦ୍ଧରେ ଏଫଟିଆଇଆଇର ଛାତ୍ରଛାତ୍ରୀମାନେ ୧୩୯ ଦିନ ଧରି ଆନ୍ଦୋଳନ କରିଥିଲେ।  ଗଜେନ୍ଦ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ସରିଯାଇଥିଲା। ତେବେ ଆଉ କାହାକୁ ଦାୟିତ୍ୱ ଦିଆଯାଇନଥିବାରୁ, ସେ ପଦ ବଜାୟ ରଖିଥିଲେ। ଏବେ ଅନୁପମଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ ନେଇ ବି ବିବାଦ ଆରମ୍ଭ ହୋଇଯାଇଛି। ଏଫଟିଆଇଆଇର ଛାତ୍ରଛାତ୍ରୀମାନେ ଅନୁପମଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି। ତାଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରି କେନ୍ଦ୍ର ସରକାର  ଏଫ୍‌ଟିଆଇଆଇକୁ ପରିହାସ କରିଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ଏଫଟିଆଇଆଇ ଛାତ୍ର ସଂଘ କହିଛି ଯେ ମୁମ୍ୱାଇରେ ଅନୁପମଙ୍କର ନିଜର ଏକ ଅଭିନୟ ପ୍ରଶିକ୍ଷଣ ସଂସ୍ଥା ରହିଛି। ଏହା ସତ୍ତ୍ୱେ ତାଙ୍କୁ କେଉଁ ଆଧାରରେ ଏଭଳି ଏକ ଜାତୀୟ ସ୍ତରର ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ପଦରେ ବସାଯାଇଛି।

ଦେଶରେ ଅସହିଷ୍ଣୁତାକୁ ନେଇ ମଝିରେ ଯେଉଁ ସ୍ଥିତି ଦେଖାଯାଇଥିଲା ସେତେବେଳେ ଅନୁପମ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେହିପରି ସରକାରଙ୍କ ପ୍ରାୟ ସମସ୍ତ ବିଚାରକୁ ସମର୍ଥନ କରି ସେ ଏହା ସପକ୍ଷରେ ଖୋଲାଖୋଲି ଯୁକ୍ତ ବାଢ଼ିବାର ସମସ୍ତେ ଜାଣିଛନ୍ତି। ତାଙ୍କର ଏହି କଥାକୁ ମଧ୍ୟ ଛାତ୍ର ସଂଘ ବିରୋଧ କରୁଛି।

ଛାତ୍ର ସଂଘ କହିଛି ଏହି ପଦ ପାଇଁ ଅନୁପମ ଖେରଙ୍କଠାରୁ ବି ଯୋଗ୍ୟ ବ୍ୟକ୍ତି ଅଛନ୍ତି। ତେବେ ଅନୁପମ ବିଜେପିକୁ ସମର୍ଥନ କରୁଥିବାରୁ ଓ ତାଙ୍କ ପତ୍ନୀ ବିଜେପି ଟିକେଟ୍‌ରେ ସାଂସଦ ହୋଇଥିବାରୁ ଯେମିତି ଆଶା କରାଯାଉଥିଲା ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos