ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର କରୋନା ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। କରୋନା ଯୁଦ୍ଧ ପାଇଁ ଗଠନ ହୋଇଥିବା ପିଏକେୟାର୍ସ ଫଣ୍ଡକୁ ଗମ୍ଭୀର ତାଙ୍କର ୨ ବର୍ଷର ଦରମା ଦେବେ ବୋଲି ଘୋଷଣା କରିଛନ୍ତି। ପୂର୍ବ ଦିଲ୍ଲୀର ସାଂସଦ ଗମ୍ଭୀର ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ଲୋକମାନେ ପଚାରନ୍ତି ଦେଶ ତାଙ୍କ ପାଇଁ କ’ଣ କରିପାରିବ? କିନ୍ତୁ ବର୍ତ୍ତମାନର ପ୍ରକୃତ ପ୍ରଶ୍ନ ହେଉଛି ଦେଶ ପାଇଁ ଆପଣମାନେ କ’ଣ କରିଛନ୍ତି? ମୁଁ ମୋର ୨ ବର୍ଷର ଦରମା ପିଏମ କେୟାର୍ସ ଫଣ୍ଡକୁ ଦେଉଛି। ଆପଣମାନେ ମଧ୍ୟ ସହାୟତା କରିବାକୁ ଆଗେଇ ଆସନ୍ତୁ।”
People ask what can their country do for them. The real question is what can you do for your country?
I am donating my 2 year's salary to #PMCaresFund. You should come forward too! @narendramodi @JPNadda @BJP4Delhi #IndiaFightsCorona
— Gautam Gambhir (@GautamGambhir) April 2, 2020
ଗମ୍ଭୀର ଦ୍ୱିତୀୟ ଥର ପାଇଁ ସରକାର ଆରମ୍ଭ କରିଥିବା କରୋନା ବିରୋଧୀ ଯୁଦ୍ଧରେ ସହାୟତା କରିଛନ୍ତି। ଏହାପୂର୍ବରୁ ସେ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା କରୋନା ରୋଗର ଲଢ଼େଇ ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।