ଗାନ୍ଧି ଓ ମର୍ଡର ମିଷ୍ଟ୍ରିକୁ ନେଇ ପୁଣି ଚର୍ଚ୍ଚା: ପ୍ରକୃତ ହତ୍ୟାକାରୀଙ୍କୁ ନେଇ ଉଠିଲା ପ୍ରଶ୍ନ, ମଧ୍ୟପ୍ରଦେଶରେ ଲୁଚିଛି ରହସ୍ୟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୪୮ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ତାଙ୍କ ହତ୍ୟାକୁ ନେଇ ଏବେବି ଅନେକ ରହସ୍ୟରୁ ପରଦା ଉଠି ନ ଥିବା ଚର୍ଚ୍ଚା ହେଉଛି। ଗାନ୍ଧିଙ୍କୁ ମାରିବା ପାଇଁ କେଉଁ ପିସ୍ତଲ ବ୍ୟବହାର କରାଯାଇଥିଲା ? ବାସ୍ତବରେ କେତୋଟି ଗୁଳି ଚଳାଯାଇଥିଲା ? ଘଟଣାସ୍ଥଳରେ ନାଥୁରାମଙ୍କ ବ୍ୟତୀତ ଆଉ କେହି ସୁଟର ଥିଲେ କି? ଏମିତି ଅନେକ ପ୍ରଶ୍ନକୁ ନେଇ ପୁଣି ଥରେ  ଆରମ୍ଭ ହୋଇଛି ତର୍ଜମା। ରିପୋର୍ଟ ଅନୁଯାୟୀ, ଯେଉଁ […]

gandhi-1

gandhi-1

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 10:59 AM IST

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୪୮ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ତାଙ୍କ ହତ୍ୟାକୁ ନେଇ ଏବେବି ଅନେକ ରହସ୍ୟରୁ ପରଦା ଉଠି ନ ଥିବା ଚର୍ଚ୍ଚା ହେଉଛି। ଗାନ୍ଧିଙ୍କୁ ମାରିବା ପାଇଁ କେଉଁ ପିସ୍ତଲ ବ୍ୟବହାର କରାଯାଇଥିଲା ? ବାସ୍ତବରେ କେତୋଟି ଗୁଳି ଚଳାଯାଇଥିଲା ? ଘଟଣାସ୍ଥଳରେ ନାଥୁରାମଙ୍କ ବ୍ୟତୀତ ଆଉ କେହି ସୁଟର ଥିଲେ କି? ଏମିତି ଅନେକ ପ୍ରଶ୍ନକୁ ନେଇ ପୁଣି ଥରେ  ଆରମ୍ଭ ହୋଇଛି ତର୍ଜମା। ରିପୋର୍ଟ ଅନୁଯାୟୀ, ଯେଉଁ ପିସ୍ତଲରେ ଗାନ୍ଧିଙ୍କୁ ହତ୍ୟା କରାଯାଥିଲା ତାହା ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରୁ ଚାଲାଣ ହୋଇଥିଲା। ଏ ସମ୍ପର୍କିତି କିଛି ତଥ୍ୟଗତ ପ୍ରମାଣ ଟାଇମ୍‌ସ ଅଫ ଇଣ୍ଡିଆ ପାଇଥିବା ଦାବି କରିଛି।  ମିଳିଥିବା ସୂଚନା ଅନୁଯାୟୀ ୧୯୪୮ ମସିହାର କିଛି ପୋଲିସ ଡକ୍ୟୁମେଣ୍ଟ ଟାଇମ୍‌ସ ଅଫ ଇଣ୍ଡିଆକୁ ହସ୍ତଗତ ହୋଇଛି।  ଯେଉଁ ଦସ୍ତାବିଜ୍‌ରେ ଡ.ଦତ୍ତତ୍ରୟ ପରଚୁର ନାମକ ଜଣେ ବ୍ୟକ୍ତି ଏହି ପିସ୍ତଲ ନାଥୁରାମଙ୍କୁ ଦେଇଥିଲେ। ଯେଉଁ ବନ୍ଧୁକରେ ନାଥୁରାମ ଗାନ୍ଧିଜୀଙ୍କ ଉପରେ ୩ଟି ଗୁଳି ଚଳାଇଥିଲେ। ଯାହାର(ପିସ୍ତଲ) ନମ୍ବର ଥିଲା ୬୦୬୮୬୨।

ହେଲେ ଦତ୍ତତ୍ରୟଙ୍କ ପାଖରେ ଆଉ ଗୋଟିଏ ପିସ୍ତଲ ବି ଥିଲା। ଯାହାର ନମ୍ବର ହେଉଛି ୭୧୯୭୯୧। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହ ସମାନ ନମ୍ବର(ଦ୍ୱିତୀୟ ପିସ୍ତଲ)ରେ ଆଉ ଗୋଟିଏ ପିସ୍ତଲ ସେହି ଗ୍ୱାଲିଅରର ଉଦୟଚାନ୍ଦ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଠାବ କରାଯାଇଥିଲା। ଯାହାକୁ ସେ ନାଥୁରାମଙ୍କୁ ଦେଇ ନ ଥିଲେ। ହେଲେ ଗାନ୍ଧିଜୀଙ୍କୁ ହତ୍ୟା ପରେ ଦୁଇଟି ଯାକ ପିସ୍ତଲ ପୋଲିସ ଜବତ କରିଥିଲା।

ଗୋଟିଏ ଘଟଣାସ୍ଥଳରୁ ଏବଂ ଅନ୍ୟଟି ଦତ୍ତତ୍ରୟଙ୍କ ଘରୁ ଜବତ କରାଯାଥିଲା।  ସେହିପରି ଦତ୍ତତ୍ରୟ ଏବଂ ଉଦୟଚାନ୍ଦଙ୍କ ଠାରୁ ସମାନ ନମ୍ବରରେ ଦୁଇଟି ପିସ୍ତଲ ଠାବ କରାଯାଇଥିବା ତତ୍କାଳୀନ ଗ୍ୱାଲିଅର ଏସପି ଏକ ରିପୋର୍ଟରେ ଉଲ୍ଲେଖ କରିଥିବା ପ୍ରମାଣ ରହିଛି। ୧୯୪୮ ଫେବୃୟାରୀ ୧୫ରେ ଏହି ତଦନ୍ତ ରିପୋର୍ଟ ସମ୍ପୃକ୍ତ ଏସପି ପକ୍ଷରୁ ଜାରି କରାଯାଥିଲା। କୁହାଯାଉଛି ଗାନ୍ଧିଜୀଙ୍କୁ ହତ୍ୟା ପାଇଁ ଦୁଇଟି ପିସ୍ତଲ ବ୍ୟବହାର କରାଯାଇଥିଳା। ନାଥୁରାମ ବ୍ୟବହାର କରିଥିବା ବନ୍ଧୁକରୁ ୩ଟି ବୁଲେଟ ନିକ୍ଷେପ କରାଯାଇଥିବା ବେଳେ ଦ୍ୱିତୀୟ ପିସ୍ତଲରୁ ଆଉ ଗୋଟିଏ ଗୁଳି ମରାଯାଇଥିଲା। ଆଉ ଏହି ଚତୁର୍ଥ ଗୁଳିରେ ଗାନ୍ଧିଜୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ବୀର ସବରକରଙ୍କ ଜଣେ ଅନୁଗାମୀ  ଡ. ପଙ୍କଜ ଫଡ଼ନିଶ ପୂର୍ବରୁ ହାଇକୋର୍ଟକୁ ଯାଇଥିଲେ। ପଙ୍କଜଙ୍କ ଦାବି ଅନୁଯାୟୀ

ଚତୁର୍ଥ ବୁଲେଟରେ ହିଁ ଗାନ୍ଧିଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଗାନ୍ଧି ହତ୍ୟାର ପୁନର୍ବର ତଦନ୍ତ କରାଯାଉ ବୋଲି ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଏହି ମାମଲକୁ ଖାରଜ କରିଦେଇଥିଲେ। ପରେ ସେ ସୁପ୍ରିମକୋର୍ଟକୁ ଯାଇଥିଲେ। ମାମଲାକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିବା ବେଳେ ଅକ୍ଟୋବର ୬ରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସେହିପରି ପୂର୍ବ ପଞ୍ଚାବର ସାଇଣ୍ଟଫିକ୍‌ ଲାବୋରଟୋରୀର ତତ୍କାଳୀନ ନିର୍ଦ୍ଦେଶକ ତଥା ଦିଲ୍ଲୀ ଆଇଜି ଗାନ୍ଧି ହତ୍ୟା ମାମଲା ସଂଲଗ୍ନ ଏକ ଚିଠି (ଡେଟେଡ ୬,୧୯୪୮) ଦେଇଥିଲେ। ଯେଉଁଥିରେ ଆଶ୍ଚର୍ଯ୍ୟକର ତଥ୍ୟ ଥିଲା।

ସେଥିରେ ଉଲ୍ଲେଖ ଥିଲା ଯେ, ସେଦିନ ଘଟଣାସ୍ଥଳରୁ (ନାଥୁରାମ ବ୍ୟବହାର କରିଥିବା ପିସ୍ତଲ) ଯେଉଁ ପିସ୍ତଲ ଜବତ କରାଯାଥିଲା ସେଥିରୁ ଯେଉଁ ଗୁଳି ଚାଳନା କରାଯାଇଥିଲା ତାହା ଡ୍ରାୟ ରନ୍‌ ଥିଲା । ଏହି ଗୁପ୍ତ ଚିଠିକୁ ମଧ୍ୟ ଉନ୍ମୋଚନ କରାଯାଉ ବୋଲି ସେ ଦାବି କରିଛନ୍ତି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତ ଗାନ୍ଧି ହତ୍ୟାକାରୀ କିଏ। ଗଡ଼ସେ ନା ଆଉ କେହି। ତେବେ ଏ ସଂକ୍ରାନ୍ତରେ ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଥିବା ବେଳେ ସୁପ୍ରିମକୋର୍ଟ କେଉଁ ରାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଫଟୋ: ମିଳିଥିବା କିଛି ଡକ୍ୟୁମେଣ୍ଟ

ସୌଜନ୍ୟ:ଟାଇମ୍‌ସ୍ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story