ନୂଆଦିଲ୍ଲୀ: ମରିଗଲାଣି ମଣିଷ ପଣିଆ। ଯୌନ ଲାଳସା ଚରିତାର୍ଥ କରିବାକୁ ଏବେ ଅତି ତଳକୁ ଖସିଯାଉଛି ମଣିଷ। ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ଗୁରଗାଓଁରେ ଘଟିଛି ଏଭଳୀ ଏକ ଲୋମହର୍ଷଣକାରୀ ଘଟଣା। ଗୁରାଓଁର ମାନେସରରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ପୋଲିସର କହିବା ଅନୁଯାୟୀ ଜଣେ ଅଟୋ ଚାଳକ ତାଙ୍କର ୨ଜଣ ସାଥୀଙ୍କ ସହ ମିଶି ଏହି ଦୁଷ୍କର୍ମ କରିଛନ୍ତି। ଘଟଣାଟି ମେ ୨୧ ତାରିଖ ଦିନ ଘଟିଥିଲା। ସେତେବେଳେ ପୀଡ଼ିତା ଜଣକ ୬ ମାସର ଗର୍ଭବତୀ ଥିଲେ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ଜଣକ ନିୟମିତ ଚେକ୍ଅପ ପାଇଁ ନିଜସ୍ୱାମୀଙ୍କ ସହ ସାଇକେଲରେ ମେଡ଼ିକାଲ୍କୁ ଯାଇଥିଲେ। ଫେରିବା ସମୟରେ ସାଇକେଲରେ ବସିବାକୁ ତାଙ୍କୁ ଅସୁବିଧା ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଏକ ଅଟୋରେ ବସାଇ ଘରେ ଛାଡ଼ିଦେବାକୁ କହିଥିଲେ। ମହିଳାଙ୍କ କହିବା ଅନୁଯାୟୀ ଅଟୋରେ ବସିବା ମାତ୍ରେ ଅଟୋଚାଳକ ତାଙ୍କୁ ପାଣି ପିଇବାକୁ ଦେଇଥିଲା। ପାଣିପିବା ମାତ୍ରେ ହିଁ ସେ ବେହୋସ୍ ହୋଇଯାଇଥିଲେ। ଏହାପରେ ତାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।