ବୟଫ୍ରେଣ୍ଡ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବୟଫ୍ରେଣ୍ଡ ଆଗରେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଗୋଆରେ। ଗତ ଗୁରୁବାର ଦିନ ଦକ୍ଷିଣ ଗୋଆର ସେର୍ନାଭତିମ୍ ବିଚ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଆଗରେ କିଛି ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗୋଆ ପୋଲିସର କହିବା ଅନୁୟାୟୀ, ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କୁ ସମୁଦ୍ରର କୂଳରେ ଅଟକାଇ ସେମାନଙ୍କ ଦେହରୁ ଲୁଗା କାଢ଼ି ଦେଇଥିଲେ। ଏଭଳି ଆପତ୍ତିଜନକ ଅବସ୍ଥାରେ ଦୁର୍ବୃତ୍ତମାନେ ସେମାନଙ୍କର ଫଟୋ ଉଠାଇଥିଲେ ଓ ଟଙ୍କା […]

goa

goa

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 04:14 PM IST

Sports

Latest News

ନୂଆଦିଲ୍ଲୀ: ବୟଫ୍ରେଣ୍ଡ ଆଗରେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଗୋଆରେ। ଗତ ଗୁରୁବାର ଦିନ ଦକ୍ଷିଣ ଗୋଆର ସେର୍ନାଭତିମ୍ ବିଚ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଆଗରେ କିଛି ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଗୋଆ ପୋଲିସର କହିବା ଅନୁୟାୟୀ, ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କୁ ସମୁଦ୍ରର କୂଳରେ ଅଟକାଇ ସେମାନଙ୍କ ଦେହରୁ ଲୁଗା କାଢ଼ି ଦେଇଥିଲେ। ଏଭଳି ଆପତ୍ତିଜନକ ଅବସ୍ଥାରେ ଦୁର୍ବୃତ୍ତମାନେ ସେମାନଙ୍କର ଫଟୋ ଉଠାଇଥିଲେ ଓ ଟଙ୍କା ମାଗିଥିଲେ। ପରେ ତିନି ଜଣ ଦୁର୍ବୃତ୍ତ ଯୁବତୀ ଜଣଙ୍କୁ ତାଙ୍କ ବୟଫ୍ରେଣ୍ଡ ଆଗରେ ବଳାତ୍କାର କରିଥିଲେ। ଯୁବତୀଙ୍କ ବୟସ ପାଖାପାଖି ୨୦ ବର୍ଷ ବୋଲି ଜଣାପଡ଼ିଛି।
ଦକ୍ଷିଣ ଗୋଆ ପୋଲିସ ଏସ୍‌ପି ଅରବିନ୍ଦ ଗାବାସ କହିଛନ୍ତି ଯେ, ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ଓ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା ମଧ୍ୟ କରୁଛି। ହେଲେ ଏ ଯାଏଁ କାହାକୁ ଗିରଫ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos